ଝଙ୍କଡ଼ : ଆମ ଗାଁଆ, ମାଟିମାଆ ଆଉ ଆଉ ଆମ ମାଆ ଠାରୁ ବିଶ୍ଵର ସବୁ ସାହିତ୍ୟ ର ସୃଷ୍ଟି ହୋଇଛି । ଆଜିର ମାନବସମାଜ ନିଜର ମାଆ , ମାଟି ଓ ମତୃଭାସା କୁ ଭୁଲିଯାଇ, ପାଶ୍ଚାତର ଧ୍ଵଂସା ଭି ମୁଖି ସଭ୍ୟତାରେ ଅନୁପ୍ରାଣିତ ହେଉଛି, ଠିକ ଏମିତି ଏକ ଅଭାବନୀୟ ଅନ୍ଧକାର ମୟ , ଘଡି ସନ୍ଧି କାଳରେ, ଆମ ଗାଁ ସାହିତ୍ୟ ସଂସଦ ଏହି ଯୁଗପଯୋଗି କାର୍ଯକ୍ରମ ବାସ୍ତବିକ ଶତତ୍ ପ୍ରଂଶସନିୟ ଓ ସର୍ବତ୍ର ଅଭିନନ୍ଦ୍ ନୀୟ ବୋଲି, ଗତ ରବିବାର ଦିନ ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକ ଅଧିନ ପୁରୁଣା ବସନ୍ତ ପଞ୍ଚାୟତର ନାଲିବର ଦେଉଳସାହି ଠାରେ ଆୟୋଜିତ ଆମ ଗାଁ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି । ସଂସଦର ସ୍ଥାୟୀ ସଭାପତି ତଥା ପାରାଦୀପ ବନ୍ଦର ଟ୍ରଷ୍ଟ ର ସେବାନିବୃତ୍ତ ସଚୀବ ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ , ମୁଖ୍ୟ ଆତିଥି ଡଃ ନଟବର ଶତପଥୀ , ମୂଖ୍ୟବକ୍ତା ଚିତ୍ତରଞ୍ଜନ ସାହାଣୀ ଓ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଡଃ ବାବାଜୀ ଚରଣ ପଟ୍ଟନାୟକ ଙ୍କ ସହିତ ଡଃ ସୁଧାକର ଦାସ , କବି କୈଳାଶ ଚନ୍ଦ୍ର ସ୍ୱାଇଁ , ନାଟ୍ୟକାର କୈଳାଶ ଚନ୍ଦ୍ର ମଲ୍ଲିକ , ସାମ୍ୱାଦିକ ଧ୍ରୁବଚରଣ ମହାପାତ୍ର , ବନମାଳୀ ମହାରଣା , ଚୌଧୁରୀ ବରଦା ପ୍ରସାଦ ଦାସ ପ୍ରମୁଖ ଶତାଧିକ ସାରସ୍ୱତସାଧକ, କବି, ଲେଖକ ଓ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ମା ସାରଳାଙ୍କ ଉତ୍ତରୀୟ ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଡଃ ନିରଞ୍ଜନ ପାଢ଼ୀ ଆଇ ଏ ଏସ ଙ୍କୁ ଆମ ଗାଁ ପୁଅ ଓ ଡଃ ମୌସୁମୀ ପରିଡ଼ା ଙ୍କୁ ଆମ ଗାଁ ଝିଅ ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେମଲତା ବାରିକ ଅ ବିଧାନ ଚନ୍ଦ୍ର ସ୍ଵାଇଁ ଙ୍କ ସଂଯୋଜନାରେ ୫୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତାପାଠ କରିଥିବା ବେଳେ , ଲୋକକବି ନାଟ୍ୟାଚାର୍ୟ ବାଳକୃଷ୍ଣ ମହାନ୍ତି ଙ୍କ ” ସୁଶିଲ ମାଳତୀ” ଗୀତିନାଟ୍ୟ ଗୁଆଲିପୁର ମହେଶ୍ୱର ହାଇ ସ୍କୁଲ ର ଏନ୍ ସି ସି କ୍ୟାଡେଟ ବାଳିକା ବାଳକ ମାନେ ପରିବେଷଣ କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସଦର କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ , ସହସମ୍ପାଦକ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଙ୍କ ସମେତ ସମସ୍ତ ସଦସ୍ୟ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା