ଝଙ୍କଡ : ପବିତ୍ର ରମଜାନ ମାସର ଅନ୍ତିମ ପର୍ଯ୍ୟୟରେ ମାସକର ଉପବାସ ରଖିବା ପରେ ଓଷା କୁ ଉଦଯାପନ କରିବାକୁ ପାଳନ କରାଯାଏ ଇଫତାର ପାର୍ଟି | ପରମ୍ପରା କ୍ରମେ ଅତିଥି ଅଭ୍ୟାଗତ, ବନ୍ଧୁ, ସମ୍ପର୍କୀୟ ମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ ଏହି ପାର୍ଟିକୁ | ହିନ୍ଦୁ ମୁସଲିମ୍ ଶିଖ ଈସାଈ ସମସ୍ତଙ୍କ ମଧ୍ୟରେ ଭାତୃପ୍ରେମ ବାଣ୍ଟିବା ପାଇଁ ଗୋଟିଏ ମେଜରେ ପରସାଯାଏ ସୁମିଷ୍ଟ ଆହାର! ଭାଇଚାରାର ନିଦର୍ଶନ ଏହି ଇଫତାର ଉତ୍ସବ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି | ତେଣୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂ ପଞ୍ଚାୟତ ତଥା ଗ୍ରାମର ସଂଖ୍ୟାଲଘୁ ସାମ୍ପ୍ରଦାୟର ଭାଇମାନେ ଆୟୋଜନ କରିଥିବା ଇଫତାର ପାର୍ଟିରେ ଯୋଗଦେଇଥିଲେ ତିର୍ତ୍ତୋଲ ର ଜନପ୍ରିୟ କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ !ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଙ୍କ ତତ୍ୱାବଧାନରେ ଆୟୋଜିତ ଇଫତାର ପାର୍ଟିରେ ବହୁ ଗୁଣିଜ୍ଞାନୀ, ବିଦ୍ୱାନ, ଗଣପ୍ରତିନିଧି ସମେତ ପ୍ରତ୍ୟେକ ଧର୍ମାଵଲମ୍ବୀ ଅତିଥି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା | ଏହି ପବିତ୍ର ପାର୍ଟିରେ ବସ୍ତିର ସର୍ଦ୍ଦାର ସମସୁର ରେହେମାନ, ୱାର୍ଡ ମେମ୍ବର ସୁରେନ୍ଦ୍ର ବେହେରା, ସମାଜସେବୀ ୱାହୀଦ ଉଦ୍ଦିନ, ଜଗନାଥପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦେବପ୍ରସାଦ ନାୟକ, ତୋଫାନ ମଲ୍ଲ, ସରୋଜ ସାହୁ, ଆଦି ବହୁ ବ୍ୟକ୍ତି ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଥିଲେ ଇଂ. ହିମାଂଶୁ ଭୂଷଣ ମଲ୍ଲିକ | ସନ୍ଧ୍ୟା ୬ ଟା ବାଜି ୭ ମିନିଟ ସମୟରେ ସ୍ଥାନୀୟ ମସଜିଦ ରେ ଆରମ୍ଭ ହୋଇଯାଇଥିଲା ନମାଜ ର ସୁମଧୁର ଆହ୍ୱାନ | ଏହି ସମୟରେ ଇଫତାର ଆସରରେ ଉଦଯାପନ କରାଯାଇଥିଲା ରମଜାନ ପର୍ବ ର ଅନ୍ତିମ ଉତ୍ସର୍ଗ | ଉପସ୍ଥିତ ସମସ୍ତ ଅତିଥିମାନେ ଫଳ ଆଦି ସୁମିଷ୍ଟ ଆହାର ଭୋଜନ କରି, ବିଶ୍ୱବାସୀଙ୍କ ପାଇଁ ଭାଇଚାରା ର ବାର୍ତ୍ତା ପ୍ରଦାନ କରିଥିଲେ |