ଝଙ୍କଡ଼ ତା ୯/୪/୨୦୨୪ ମା ସାରଳାଙ୍କ ପ୍ରାଚୀନ ପୀଠ ସ୍ଥଳି, ବଦଶାରୋଳ (ହରିପୁର) ଗ୍ରାମର ଶେଷ ଓ ମୂଳୀସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ, ସ୍ୱୟଂ ଆବିର୍ଭୂତ ବାବା ନାଗେଶ୍ଵର ଙ୍କ ପୀଠ ରେ , ଗତ ୫ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେଇଥିବା ବିଶ୍ଵଶାନ୍ତି ମହାଶୈବଯଜ୍ଞ, ମଙ୍ଗଳ ବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମଦିନ, ମହମନ୍ତ୍ର ନାମଯଜ୍ଞ, ୨ୟ ଦିନ ଅଙ୍କୁରା ରୋପଣ ଓ ମଣ୍ଡଳୀକରନଣ ୩ୟ ଦିନ ଜଳଯାତ୍ରା, ଅଗ୍ନିସ୍ଥାପନ, ଓ ଗୀତା – ହବନ,୪ ର୍ଥ ଦିନ ରୁଦ୍ରାଦି ସର୍ଵଦେବ ଦହନ, ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ , ଉଦଯାପନୀ ଉତ୍ସବରେ ଶ୍ରୀଚଣ୍ଡୀ ଓ ଶ୍ରୀମଦ ଭଗବତ ଗୀତା ମନ୍ତ୍ରରେ ଆହୂତି ପ୍ରଦାନ କରାଯାଇ ପୂର୍ଣ୍ଣାହୂତି ଦିଆ ଯାଇଥିଲା। ବାବା ଆଲୋକ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ, ସ୍ଥାନୀୟ ଅଞ୍ଚଳର ଭଗବତ ପ୍ରେମୀ ଜନସାଧାରଣ, ଯୋଗ ଦେଇଥିବା ବେଳେ, ଏହି ମହାନ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଏକ ଅପୂର୍ବ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା।