ଭୁବନେଶ୍ବର : ରାଉରେକଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ଜୟଦେବ ଭବନରେ ଊତ୍କଳ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଆର୍ଯ୍ୟସମାଜର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖ୍ୟବକ୍ତାରୂପେ ସିଦ୍ଧଗିରି ପୀଠର ମହନ୍ତ ବାବାଜୀ ବିଶ୍ବନାଥ ଦାସ ମହାରାଜ, ସମ୍ମାନନୀୟ ଅତିଥିରୂପେ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସ୍ବତନ୍ତ୍ର ଅତିଥରୂପେ ବନ୍ଦନା ହରିଚନ୍ଦନ ଏବଂ ପ୍ରବୀଣା ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଓ ଉଦାହରଣ ବାଲି ମତ ରଖିଥିଲେ | ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ବସନ୍ତ ସାହୁ, କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ପ୍ରଫେସର ସିଦ୍ଧାର୍ଥ ଜେନା, ଅଭିନେତା ଶ୍ରୀୟାନ ନାୟକ, ପ୍ରୀତି ଦଳେଇ, ସାମ୍ବାଦିକ ଅଞ୍ଜନ କୁମାର ଲେଙ୍କାଙ୍କ ସହ ଭାରତର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ଉଦୀୟମାନ ପ୍ରତିଭାମାନଙ୍କୁ ସମାଜକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅତିଥିମାନେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ମେମେଣ୍ଟୋ ଦେଇ ସମ୍ବଦ୍ଧିର୍ତ କରିଥିଲେ |
ଏହି କାର୍ଯ୍ୟକ୍ରମରେ କଟକ ସଦର ଅଞ୍ଚଳର ତଅଁରୂପା ଶାସନ ବିରିବାଟୀର ଗୋପବନ୍ଧୁ ଦାଶଙ୍କ ଜାମାତା ପ୍ରଫେସର ରତ୍ନାକାର ପତିଙ୍କ ଦାୟାଦ ଆଶିଷ କୁମାର ପତିଙ୍କୁ ଆଧ୍ୟାତ୍ମିକ ସମାଜସେବୀ ରୂପେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |
କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ଏବଂ ସଞ୍ଜୀବ ପରିଡା ସଂଯୋଜନା କରିଥିଲେ |
ଦିବାକର ଦାସ, ବିମଳ ଗାହାଣ, କବିତା ମହାନ୍ତି, ସୁଜାତା ନାୟକ ପରିଚାଳନାରେ ସହଯୋଗ କରିଥିଲେ | ଉପାଧ୍ୟକ୍ଷ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଉତ୍କଳ ସେବାସଙ୍ଘ ଓ ହାପିମୋମେଣ୍ଟସ ଇଣ୍ଡିଆ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |