ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

ରାଜ୍ୟ
Spread the love

ଭୁବନେଶ୍ୱର : ଆଜି ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ରାଜେଶ ଧର୍ମାନୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ କୋଣାର୍କଚକ୍ରର ସ୍ମାରକ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଧର୍ମାନୀ ବିଶ୍ୱ ଦକ୍ଷତା କେନ୍ଦ୍ର, ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଥିଲେ।
ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଟ୍ରେନିଂ ପ୍ଲେସ୍‌ମେଣ୍ଟରେ ଦେଶବିଦେଶରେ ନିଯୁକ୍ତି ପାଇଥିବା ଜାଣି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହିତ ସେମାନଙ୍କର ଉନ୍ନତି କାମନା କରିଥିଲେ। ଭବିଷ୍ୟତରେ ଓଡ଼ିଶାକୁ ରୋଲ୍‌ ମଡେଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକଟ କରିଥିଲେ।
ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ବିଭାଗ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଧର୍ମାନୀଙ୍କୁ ଅବଗତ କରାଇଥିଲେ । ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଅକ୍ଷୟ ସୁଦ୍‌ଙ୍କ ସମେତ ହିମାଚଳ ପ୍ରଦେଶର ବିଭାଗୀୟ କର୍ମକର୍ତ୍ତା ଓ ଅଧିକାରୀବୃନ୍ଦ ଏହି ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *