ଗୋବିନ୍ଦପୁର ଶ୍ରୀରାମ ମନ୍ଦିରରେ ଶ୍ରୀରାମଚରିତ ମାନସ ପାରାୟଣ ପ୍ରବଚନର ଉଦଘାଟନ ସମାରୋହ

ରାଜ୍ୟ
Share

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଶ୍ରୀରାମ ମନ୍ଦିର ପରିସର ରେ ଗତ ସୋମବାର ଦିନ ଠାରୁ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ପୂଜା କମିଟି ର ସଭାପତି ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ମୁଖ୍ୟଅତିଥି ଭାବେ ଯୋଗଦେଇ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ , ପ୍ରତିଦିନ ଶ୍ରୀରାମ ଙ୍କ ନିତ୍ୟପୂଜକ ପଣ୍ଡିତ ସୁନୀଲ କୁମାର ନନ୍ଦ, ପାରାୟଣ କରୁଥିବା ବେଳେ, ଶ୍ରୀକ୍ଷେତ୍ର ପୁରୀର ସ୍ବାମୀ ଲଛମନ ଦାସ ମହାରାଜ ଧାରାବାହିକ ପ୍ରବାଚକ ଭାବେ ମଞ୍ଚମଣ୍ଡନ କରିଥଲେ । ଆଜିର ପ୍ରସଙ୍ଗ ନାମ ମାହାତ୍ମ୍ୟ ଓ ଶିବପାର୍ବତୀ ବିବାହ ବିଷୟରେ ସ୍ୱାମୀଜୀ ସରଳ ସାବଲୀଳ ଭାଷାରେ, ବହୁ ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ ଓଜସ୍ଵିନୀ ବକ୍ତବ୍ୟ ପ୍ରଦାନ କରି ସମବେତ ବିଦ୍ଗଧ ଶ୍ରୋତା ମାନଙ୍କୁ ଅଭିଭୂତ ଓ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ପୂଜାକମିଟି ର କର୍ମକର୍ତ୍ତା ରମେଶ ଚନ୍ଦ୍ର ନାୟକ, ବିଜୟ କୁମାର ସୁତାର , ଶଶୀଭୂଷଣ ଦାଶ, ସୂର୍ଯ୍ୟନାରାୟଣ ସ୍ଵାଇଁ , ବିମଳେନ୍ଦୁ ନନ୍ଦ , ନଟବର ପରିଡ଼ା , ଧନେଶ୍ଵର ବାରିକ, ସାରଦା ଚରଣ ଖୁଣ୍ଟିଆ, ବିଷ୍ଣୁ ଚରଣ ବେହେରା, ଦେବବ୍ରତ ପ୍ରଧାନ , ଗୌରାଙ୍ଗ ବାରିକ , ପ୍ରଭାକର ସ୍ୱାଇଁ, ସୁବାସ ଚନ୍ଦ୍ର ଜେନା , ନାରାୟଣ ସ୍ଵାଇଁ, ବିରଜା ପ୍ରାସାଦ ନାୟକ ଓ ସାରଦା ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଓ ଅଞ୍ଚଳର ଅଧିବାସୀ ମାନେ,ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଆସନ୍ତା ୧୭ ତାରିଖ ଶ୍ରୀରାମନବମୀ ବୁଧବାର ଦିନ, ଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ, କାର୍ଯକ୍ରମ ଉଦଯାପିତ ହେବବୋଲି, ଶ୍ରୀରାମ ପୂଜା କମିଟି ର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।

Leave a Reply

Your email address will not be published. Required fields are marked *