ଝଙ୍କଡ଼ : ନିଜର ପୁଅ ଝିଅ ଓ ସ୍ତ୍ରୀ ଥାଉ ଥାଉ, ଆଉଜଣେ ମହିଳା ଙ୍କୁ ବିବାହ କରିବା ସହିତ, ପ୍ରଥମ ସ୍ତ୍ରୀ ଜୟଶ୍ରୀ ପରିଡ଼ା ଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେବାପରେ, ଜୀବନ ରକ୍ଷାକରିବା ପାଇଁ, ଘରୁ ଲୁଚିଛପି ଆସି, ବାପଘରେ ପହଞ୍ଚିବା ପରେ, ନ୍ୟାୟ ପାଇବା ପାଇଁ, ତିର୍ତ୍ତୋଲଥାନାର ଦ୍ୱାରସ୍ଥ ହୋଇଛନ୍ତି, ଅସହାୟା ଜୟଶ୍ରୀ। ଖବର ଅନୁଯାଇ ଗତ ତା ୪/୬/୨୦୧୫ ରିଖ ଦିନ ହିନ୍ଦୁ ରୀତିନୀତି ଅନୁସାରେ, ପିପଳମାଧବ ବନ୍ଧ ବାଟି ସ୍ଥିତ ବାବା ଧର୍ମେଶ୍ୱର ମହାଦେବଙ୍କ ମନ୍ଦିରରେ , ଜଗନ୍ନାଥପୁର ଚୋଟଳ ଗ୍ରାମର କୈଳାଶ ଚନ୍ଦ୍ର ପରିଡା ଙ୍କ ପୁଅ ମାନସ ରଞ୍ଜନ ପରିଡ଼ା (ବନୁ) ଙ୍କୁ ବିବାହ କରିଥିଲେ ଜୟଶ୍ରୀ। ବିବାହସମୟରେ, ସାମାଜିକ ବିଧି ବ୍ୟବସ୍ଥା ତଥା ପୁଅ ଘରର ଦାବୀ ମୁତାବକ, ଆବଶ୍ୟକୀୟ ଯୌତୁକ ଜୟଶ୍ରୀ ଙ୍କ ବାପା ପ୍ରଦାନ କରିଥିଲେ। ବିବାହର କିଛି ବର୍ଷ ଜୟଶ୍ରୀ ସ୍ବାମୀଙ୍କ ପରିବାରରେ ରହି ଏକ ପୁତ୍ର ସନ୍ତାନ ଓ ଏକ ଝିଅର ମାଆ ହୋଇଥିଲେ। ମାତ୍ର ଇତି ମଧ୍ୟରେ ମାନସ ରଞ୍ଜନ ନିକଟସ୍ଥ ଜଗନ୍ନାଥପୁର କେଁ ପୁର ଗ୍ରାମର ନରହରି ବେହେରା ଙ୍କ ଝିଅ ନିବେଦିତା ବେହେରା ଙ୍କ ସହ ଗୋପନ ରେ ସମ୍ପର୍କ ରଖି ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ପ୍ରତିବାଦ କରିବାରୁ ଶାଶୁ ଓ ସ୍ବାମୀ ମିଶି ଜୟଶ୍ରୀଙ୍କ ଉପରେ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅକଥନୀୟ ଭାଷାରେ ଗାଳିଗୁଲଜ କରୁଥିଲେ।
ଏହା ମଧ୍ୟରେ ମାନସ ରଞ୍ଜନ ନିବେଦିତା ଙ୍କୁ ବିବାହ କରି ଘରକୁ ଆଣିଲେ। ଏହାଦ୍ବାରା ଜୟଶ୍ରୀଙ୍କ ଉପରେ ଅତ୍ୟାଚାର ବଢିଚାଲିଲା । ଶେଷରେ ଜୀବନ ରକ୍ଷାକରିବା ପାଇଁ, ଲୁଚିଛପି ଜୟଶ୍ରୀ ନିଜର ବାପଘର ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଉରାଢ଼ ଧମିଲୋ ଗ୍ରାମରେ, ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ଉଭୟ ପଞ୍ଚାୟତର ସରପଞ୍ଚଙ୍କ ମାଧ୍ୟମରେ ସମାଧାନ କରିବା ପାଇଁ ପ୍ରୟାସ ନିଆ ଯାଇଥିଲେ ମଧ୍ଯ ସୁଫଳ ମିଳି ପାରିନଥିଲା। ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ବିଷୟରେ, ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ଜୟଶ୍ରୀ। ଶ୍ରୀମତୀ ଆଚାର୍ଯ୍ୟ ଙ୍କ ସହିତ କଥାବାର୍ତ୍ତା କରି ସହାୟତା ପାଇଁ ଅନୁରୋଧ କରିବାପରେ, ଗତ ଶୁକ୍ରବାର ରାତିରେ, ନିଜର ବାପାଙ୍କ ସହିତ ସ୍ନେହମୟୀ ଆଚାର୍ଯ୍ୟ, ବ୍ୟାସ ଫାଉଣ୍ଡେସନର ଉପଦେଷ୍ଟା ରମାକାନ୍ତ ରାଉଳ ଓ କୋଷାଧ୍ୟକ୍ଷ ଶରତ କୁମାର ଦାଶ ଓ ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ତିର୍ତ୍ତୋଲ ଥାନା କୁ ଯାଇ, ଥାନାର ଏତେଲା ରୁଜୁ କରି, ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହିତ ତାଙ୍କୁ ଯଥାର୍ଥ ନ୍ୟାୟ ମିଳିବା ପାଇଁ ଆକୁଳ ନିବେଦନ କରିଅଛନ୍ତି । ତେବେ ଦେଖିବାକୁ ବାକି ରହିଲା, ତିର୍ତ୍ତୋଲ ଥାନାରେ ନ୍ୟାୟ ପାଇବା ପାଇଁ ଆପତ୍ତି ଅଭିଯୋଗ କରିଥିବା, ଜୟଶ୍ରୀ ପରିଡ଼ା ଙ୍କୁ କେବେ ମିଳିବ ଯଥାର୍ଥ ନ୍ୟାୟ ଓ ବଞ୍ଚିରହିବା ପାଇଁ ଉପଯୁକ୍ତ କ୍ଷତିପୂରଣ ?