ଜଗତସିଂହପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସାରଳା ମନ୍ଦିର ପରିଦର୍ଶନ

ରାଜ୍ୟ
Share

ଝଙ୍କଡ଼ :  ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ, ନିର୍ବାଚନ ମଇଦାନ ରେ ଯୋଗ ଦେବା ପୂର୍ବରୁ ପ୍ରଶାନ୍ତ କୁମାର ମୁଦୁଲି ଗତ ଶନିବାର ଦିନ ଅପରାହ୍ନରେ, ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ, ସିଦ୍ଧବକୁଳ ବେଦୀ ନିକଟରେ, ମାଆଙ୍କର ପଣ୍ଡା ସେବକ ମାନେ ତାଙ୍କୁ ମାଆଙ୍କର ପାଦୁକ ଚନ୍ଦନ, ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଶ୍ରୀ ମୁଦୁଲି କହିଲେଯେ , ମା ସାରଳା ଙ୍କ ଆଶୀର୍ବାଦ ଭିକ୍ଷା କରି, ଚଳିତ ସାଧାରଣ ନିର୍ବାଚନରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ କ୍ଷମତାସୀନ କରିବାକୁ ଏବଂ ଆମ ଜିଲ୍ଲାରେ ବିଜେଡ଼ି ର ସମସ୍ତ ପ୍ରାର୍ଥୀ ମାନଙ୍କ ବିପୁଳ ବିଜୟ ଲାଭ ପାଇଁ, ମାଆଙ୍କ ପାଖରେ ପ୍ରାର୍ଥନା କରିବା ସହିତ ସରକାର ଙ୍କର ସମସ୍ତ ଜନମଙ୍ଗଳ କାର୍ଯକ୍ରମ ଓ ବିକାଶର ଧାରା କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ଜାରି ରଖିଥିବା ବେଳେ , ସମସ୍ତଙ୍କୁ ଏଥିସହିତ ଯୋଡ଼ିବା ପାଇଁ ମୋର ଉଦ୍ୟମ ଜାରି ରହିଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ବିଜେଡ଼ି କର୍ମୀମାନେ ସ୍ଵତଃପ୍ରବୃତ୍ତ ଭାବରେ ଓ ଶୃଙ୍ଖଳିତ ଭାବେ ନିଜ ନିଜର ଅଞ୍ଚଳରେ ପ୍ରଚାର କାର୍ଯ୍ୟରେ, ନିୟୋଜିତ କରିଥାଆନ୍ତି। ତେଣୁ ଦଳର ବିଜୟ ସୁନିଶ୍ଚିତ। ପଣ୍ଡା ସେବକ ମାନଙ୍କ ମଧ୍ୟରେ ତାଙ୍କର ପୀଠପୂଜକ ରମେଶ ଚନ୍ଦ୍ର ରାଉଳ, ତ୍ରିଲୋଚନ ରାଉଳ, ରଞ୍ଜନ କୁମାର ରାଉଳ, ରମାକାନ୍ତ ରାଉଳ, କ୍ଷୀରୋଦ କୁମାର ରାଉଳ , ସିଦ୍ଧାର୍ଥ ରାଉଳ , ରଶ୍ମୀ ରଞ୍ଜନ ରାଉଳ ଓ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ, ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, କନକପ୍ରଭା ଲେଙ୍କା, ମନୋଜ ମହାନ୍ତି, ଶ୍ରୀରାମଚନ୍ଦ୍ର ସାହୁ, ଶ୍ରୀକାନ୍ତ ଜେନା , ତ୍ରିଲୋଚନ ମହାନ୍ତି, ଆଲୋକ ଖୁଣ୍ଟିଆ , ବିଜୟ ରାଉତ , ବିଷ୍ଣୁ ଚରଣ ସ୍ଵାଇଁ, ସୁମନ୍ତ ପାଳ, ପ୍ରଣତୀ ନାୟକ, ବିଦ୍ୟୁତ୍ପ୍ରଭା ଜେନା ଓ ସଂଯୁକ୍ତା ପୃଷ୍ଟି ପ୍ରମୁଖ ସହସ୍ରାଧିକ ଦଳୀୟ ନେତୃମଣ୍ଡଳୀ ଙ୍କ ସମେତ ସାଧାରଣ କର୍ମୀମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *