ଗୋଟିଏ ଗୋଡ କଟାହେବା ପରେ, କିଡିନ ପୀଡ଼ିତ ଲକ୍ଷ୍ମଣ ମହାରଣାଙ୍କୁ ସହାୟତା ପାଇଁ ଆକୁଳ ନିବେଦନ

ରାଜ୍ୟ
Share

ଝଙ୍କଡ :  ହେବି ଡାଇବେଟିକ୍ ରୋଗରେ ଆକ୍ରାନ୍ତ ହୋଇ ଓ ସେହି କାରଣରୁ ଗୋଟିଏ କିଡ଼ିନ ନଷ୍ଟ ହୋଇଯିବାରୁ, ଆଶୁ ଚିକିତ୍ସା ପାଇଁ କଟକ ଗୌରୀଶଙ୍କର ପାର୍କ ନିକଟସ୍ଥ ସିଟି ହସ୍ପିଟାଲ ରେ ୬୧ ବର୍ଷିୟ, ଦିନଦରିଦ୍ର ଲକ୍ଷ୍ମଣ ମହାରଣା ଙ୍କର ଡାହାଣ ଗୋଡର ଆଣ୍ଠୁ ଗଣ୍ଠି ଠାରୁ କାଟି ଦିଆଯାଇଛି। ସ୍ବାସ୍ଥ୍ୟକାର୍ଡ ଥିଲେ ମଧ୍ୟ, ହସ୍ପିଟାଲ କର୍ତ୍ତୃପକ୍ଷ , ଲକ୍ଷ୍ମଣକୁ ନିଜଘରକୁ ପଠାଇ ଦେଇଛନ୍ତି। ଘରେ ଔଷଧ ଖାଇବା ତ ଦୂରର କଥା, କଟା ଗୋଡର ଡ୍ରେସିଂ ପାଇଁ ମଧ୍ୟ ପଇସା ନାହିଁ ଲକ୍ଷ୍ମଣଙ୍କ ପାଖରେ । ଏପରି ଅଭାବନୀୟ ପରିସ୍ଥିତି ରେ ବଞ୍ଚିରହିବl ପାଇଁ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଲକ୍ଷ୍ମଣ ମହାରଣା।

ଖବର ଅନୁଯାଇ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ମୂଳିସିଂହ ଗ୍ରାମ ପଞ୍ଚାୟତର ମୂଳିସିଂହ, କାନଡିସାହି ରେ ଦରଜୀକାମ କରିଆସୁଥିବା ଲକ୍ଷ୍ମଣ ମହାରଣା, ଡାଇବେଟିକ୍ ରୋଗରେ ପଡି ଶକ୍ତି ସାମର୍ଥ ହରାଇବା ପରେ, କିଛମାସ ହେବ, ମୂଳସିଂହ ପଞ୍ଚାୟତ ଅଫିସ ରେ ପିଅନ ଭାବେ କାମ କରୁଥିଲେ। ସ୍ଵଳ୍ପ ଦରମାରେ ସ୍ତ୍ରୀ ପ୍ରତିମା , ପୁଅ ସରୋଜ ଓ ମନୋଜ ଙ୍କୁ ନେଇ, ଚାରିପ୍ରାଣୀ କୁଟୁମ୍ବ ଙ୍କୁ ଚଳାଇବା ପାଇଁ, ଦିନ ରାତି ଯେତେ ଖଟିଲେ ବି ଦୁଇବେଳା ଗଣ୍ଡାଏ ଖାଇବା କଷ୍ଟ୍କ କର। ଏପରି କ୍ଷେତ୍ରରେ ଲକ୍ଷ୍ମଣ ଦିନକୁ ଦିନ ରୋଗାକ୍ରାନ୍ତ ହେବା ଦିନଠାରୁ, କାହାରି ଆଖିରେ ନିଦ ଆସୁ ନଥିଲା। ଛୋଟ ଦୁଇ ପୁଅ ଙ୍କର, ରୋଜଗାର ପନ୍ଥା ମଧ୍ୟ କିଛିନାହିଁ । ତଥାପି ପରିବାରର ଏକମାତ୍ର ରୋଜଗାରକ୍ଷମ ସ୍ବାମୀ ଙ୍କୁ ଭଲକରିବା ପାଇଁ, ପତ୍ନୀ ପ୍ରତିମା ଅଣ୍ଟା ଭିଡ଼ିଲା। ଗାଆଁ ରୁ କଟକ ସହର ର ସିଟି ହସ୍ପିଟାଲ ରେ ଆଶୁ ଚିକିତ୍ସା ପାଇଁ ଲାଗି ପଡିଲା। ହେଲେ ଏହି ଦୂରାରୋଗ୍ୟ ରୁ ରକ୍ଷା ପାଇବା ପାଇଁ ଶେଷରେ ସ୍ବାମୀ ଙ୍କର ଡାହାଣ ଗୋଡଟାକୁ ସବୁଦିନ ପାଇଁ ହରାଇବାକୁ ପଡ଼ିଲା ।

ଶେଷରେ , ହସ୍ପିଟାଲ ବାଲା ତାଙ୍କୁ ରୋକ୍ ଠୋକ୍ ଘରକୁ ଫେରି ଯିବାପାଇଁ ଶୁଣାଇ ଦେଲେ । ବିଚାରା ବଖରାଏ ଘର ଭିତରେ ସ୍ବାମୀ ଓ ଦୁଇ ପୁଅଙ୍କୁ ଧରି ଭାଗ୍ୟକୁ ଆଦରି ପଡି ରହିଛି ପ୍ରତିମା। ତାଙ୍କର ଏଇ ଜୀବନ ମାରଣ ସମସ୍ୟା ମଧ୍ୟରେ, ତିର୍ତ୍ତୋଲ ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ ବା ରାଜ୍ୟ ସରକାର ହେଉ ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଥବା ବଦାନ୍ୟମାନ ବ୍ୟକ୍ତିବିଶେଷ କିଛି ସହାୟତା ବା ସହଯୋଗ କରିବା ପାଇଁ ସେ ଆକୁଳ ନିବେଦନ କରିଅଛନ୍ତି । ତାଙ୍କର ଫୋନ ନମ୍ବର 8658154136 ରେ ଯୋଗା ଯୋଗ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରି ଅଛନ୍ତି

Leave a Reply

Your email address will not be published. Required fields are marked *