ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ କନକପୁର ଠାରେ, ଜାତୀୟ ସ୍ତରରେ ସୁନାମ ଧନ୍ୟ ଘଟନୃତ୍ୟଗୁରୁ ତଥା ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ସ୍ବର୍ଗତ ଗୌରାଙ୍ଗ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ର ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ବର୍ଗତ ରାଉଳ ଙ୍କ ବଡପୁଅ ରୁଦ୍ର ପ୍ରାସାଦ ରାଉଳ, ପ୍ରଫେସର ଡଃ ଭୋଇ ଙ୍କ ସମେତ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଯୁବନେତା ଇଂ ସୁମିତ ଦାସ , ସୁବ୍ରତ ଦାଶ, ପୁର୍ବତନ ସରପଞ୍ଚ ନମିତା ରାଉଳ, ସମାଜ ସେବୀ ରମେଶ ଚନ୍ଦ୍ର ରାଉଳ, ବିଜୟ କୁମାର ରାଉଳ , ରଞ୍ଜନ କୁମାର ରାଉଳ, ସତ୍ୟଭୂଷଣ ଦାସ , ପୁର୍ବତନ ସରପଞ୍ଚ ବିଜୟ ନାୟକ, ଯୁବନେତା ନୃସିଂହ ଚରଣ ରାଉଳ ପ୍ରମୁଖ ଙ୍କୁ ସୃତିମଣ୍ଡପ ନିକଟକୁ ପାଛୋଟି ନେଇଥିଲେ । ସମସ୍ତ ଆଗନ୍ତୁକ ନିମନ୍ତ୍ରିତ ଅତିଥି ମାନେ, ସ୍ବର୍ଗତ ଗୌରାଙ୍ଗ ରାଉଳ ଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଦେଇ, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା