ଆନନ୍ଦମଣ୍ଡପରେ ବିଜେଡିର ସାଙ୍ଗଠନିକ ବୈଠକ ଓ ମିଶ୍ରଣପର୍ବରେ ସାମିଲ ହେଲେ ସରପଞ୍ଚ ଓ ଅନ୍ୟଦଳର ସମର୍ଥକ

ରାଜ୍ୟ
Share

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତକୁ ନେଇ ଗତ ଶୁକ୍ରବାର ଦିନ ମଧ୍ୟାହ୍ନରେ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ତିର୍ତ୍ତୋଲ ବ୍ଲକ ବିଜେଡିର ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଜେନା ଏବଂ ସୋଲାର ମହାନ୍ତି, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ, ଜିଲ୍ଲା ଉପସଭାପତି ବସନ୍ତ କୁମାର ବିଶ୍ଵାଳ, ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ , ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ରଞ୍ଜିତା ସିଂହ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷl ସନ୍ଧ୍ୟାରାଣୀ ମହାନ୍ତି, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁଜିତ୍ ମହାନ୍ତି, ଜିଲ୍ଲାବିଜେଡ଼ି ସମ୍ପାଦକ ଧ୍ୟାନରଞ୍ଜନ ନନ୍ଦ, ଯୁବନେତା ତପନ ମହାନ୍ତି, ଯୁବ ଇଞ୍ଜିନିୟର ସୁମିତ ଦାସ , ଯୁବନେତା ସୁବ୍ରତ ଦାସ , ଦେବୀପ୍ରାସାଦ ମହାପାତ୍ର , ସମିତି ସଭ୍ୟ ପ୍ରବୀର ରାୟ , ବ୍ଲକ ବିଜେଡ଼ି ସମ୍ପାଦକ ନୃସିଂହ ଚରଣ ରାଉଳ, ଆତ୍ମାର ପୂର୍ବତନ ଅଧ୍ୟକ୍ଷ ବସନ୍ତ ମହାପାତ୍ର, ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ, ପୁର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁର , ବୈରାଗୀ ଚରଣ ବାରିକ , ସମିତି ସଭ୍ୟ ଜରବକତ୍ ଖାଁ , ସୁଧାକର ବରାଳ ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ ଙ୍କ ସମେତ ପ୍ରାୟ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଓ ଛାମୁଆ କର୍ମୀ ମାନେ ଯୋଗଦେଇ, ଚଳିତ ସାଧାରଣ ନିର୍ବାଚନରେ ଗୋଟିଏ ଶଙ୍ଖ ଲୋକସଭା ପାଇଁ ପ୍ରାର୍ଥୀ ଡଃ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଓ ଆଉ ଗୋଟିଏ ଶଙ୍ଖ ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଙ୍କ ପାଇଁ ଏହିପରି ଡବଲ ଶଙ୍ଖ ରେ ମୋହର ମାରିବା ନିମନ୍ତେ , ସମବେତ କର୍ମୀ ଓ ପ୍ରେମୀ ଜନସାଧାରଣ ଙ୍କୁ ଆବେଗ ପୂର୍ଣ୍ଣ ଆହ୍ବାନ ଦେଇଥିଲେ  ।

ଏହି ଅବସରରେ କଟରା ପଞ୍ଚାୟତ ର ସରପଞ୍ଚ ସଙ୍ଗୀତା  ବଳ ଓ ତରଜଙ୍ଗା ସରପଞ୍ଚ ରିତାଞ୍ଜଳି ମଲ୍ଲିକ ନିଜ ନିଜର ଶତାଧିକ ସମର୍ଥକ ମାନଙ୍କ ସହିତ ଆୟୋଜିତ ମିଶ୍ରଣପର୍ବରେ ବିଜେଡ଼ି ରେ ଯୋଗଦେଇଥିବା ବେଳେ, ମଞ୍ଚାସିନ କର୍ମକର୍ତ୍ତା ମାନେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିବାର ଦେଖିବାକୁ ମିଳିଥିଲା।

ତେବେ ଚିରଞ୍ଜିବୀ ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇ ଥିବାରୁ ତାଙ୍କର ବହୁ ସଂଖ୍ୟକ ସମର୍ଥକ ଓ କର୍ମୀମାନେ ମଧ୍ୟ ଏହି ବୈଠକ ରେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା । ତିର୍ତ୍ତୋଲ ବ୍ଲକର ଆତ୍ମାଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ, ତିର୍ତ୍ତୋଲ ରେ ଉପସ୍ଥିତ ଥିଲେ ମଧ୍ୟ ଏହି ବୈଠକ ରେ ଯୋଗନଦେବା ଓ କଟରା ପଞ୍ଚାୟତ ର ମିଶ୍ରଣ ପର୍ବ ଚାଲିଥିବା ବେଳେ ଯୁବନେତା ଯଶୋବନ୍ତ ରାଉତ ବୈଠକ ରେ ଅନୁପସ୍ଥିତ ରହିବା ଘଟଣା, ବିଜେଡ଼ିର ଗୋଷ୍ଠୀକନ୍ଦଳ କୁ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ ବୋଲି ସୂଚିତ କରୁନାହିଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *