ଝଙ୍କଡ଼ : ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଭି ନରସିଂହ ଗତ ରବିବାର ଦିନ ମଧ୍ୟାହ୍ନରେ, ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ସାରଳାପୀଠରେ, ପହଞ୍ଚିବା ପରେ, ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର, ବରିଷ୍ଠ ଆଇନଜୀବି ମହେଶ ମହାନ୍ତି , ସାରଳାମନ୍ଦିର ପ୍ରସାଶନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଓ ସାରଳା ଠାକୁରାଣୀଙ୍କ ସେବାୟତ ବିଶ୍ବରଂଜନ ରାଉଳ ଙ୍କ ମାଆଙ୍କ ପଣ୍ଡା ସେବକ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରିବା ସହିତ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।
ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ସେ ବେଢ଼ା ପରିକ୍ରମା କରିବା ସମୟରେ ତାଙ୍କୁ ସେବାୟତ ମାନଙ୍କ ତରଫରୁ ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଶ୍ରୀ ନରସିଂହ, ମଧୁଜୟନ୍ତି ଉପଲକ୍ଷେ ଆୟୋଜିତ ଆଇନଜୀବି ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ଏଠାରୁ ବିଦାୟ ନେଇଥିଲା ।