ମିଥ୍ୟା ସମ୍ବାଦ ପରିବେଷଣ ବିରୁଦ୍ଧରେ ସାମ୍ୱାଦିକ ସମ୍ମିଳନୀ

ରାଜ୍ୟ
Share

ଝଙ୍କଡ :  ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଦ୍ୱାରା ସାମ୍ୱାଦିକ ମାନେ ଆମ ସମାଜରେ ସମ୍ମାନୀତ ଓ ପ୍ରଶଂସିତ ହୋଇଆସୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି  | ଖବର ଅନୁଯାୟୀ ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ରସୁଲପୁର ଗ୍ରାମର ସେଖ ତାମିଜ୍ ଉଦ୍ଦିନ, ସେଖ୍ ଆକିକ୍ ଉଦ୍ଦିନ ଓ ଶେଖ୍ ଲତିଫ୍ ଉଦ୍ଦିନ ନାମିତ ଗୋଟିଏ ସଂଖ୍ୟାଲଘୁ ସମ୍ପ୍ରଦାୟର ଓ ସମ୍ଭ୍ରାନ୍ତ ପରିବାରର ତିନି ଭାଇଙ୍କ ନାମରେ ଜାଗ୍ରତ ଭାରତ ନାମକ ନ୍ୟୁଜ୍ ଚାନେଲରେ ତାଙ୍କ ସମ୍ପର୍କରେ ଅମୂଳକ ବିଭ୍ରାନ୍ତିକର ଓ ମିଥ୍ୟା ସମ୍ବାଦ ପ୍ରକାଶ କରାଯାଇଥିବାରୁ ଏହାର ପ୍ରତିବାଦରେ ଶେଖ୍ ଅକିକ୍ ଉଦ୍ଦିନ କଟକ ଏସ ଡି ଜେ ଏମ୍ ଙ୍କ କୋର୍ଟ ରେ ଏକ ମାନହାନି କେଶ୍,ସଂପୃକ୍ତ ନ୍ୟୁଜ ଚାନେଲର ସମ୍ପାଦକ ସୁଶାନ୍ତ ସାମଲ ଓ ଜଗତସିଂହପୁର ପ୍ରତିନିଧି ଜେଆ ପରିଡ଼ାଙ୍କ ବିରୁଦ୍ଦରେ ରୁଜୁ କରିଛନ୍ତି | ଯାହାର କେଶ୍ ନମ୍ବର ୮୫୫/୨୮/୫/୨୪ , ଅଣ୍ଡର ସେକ୍ସନ୍ ୫୦୦/୩୪,ଆଇ ପି ସି ଏବଂ ଦଫା ୭୧ ଆଇ ଟି ଅକ୍ଟ୍ ରେ ମକଦ୍ଦମା ରୁଜ୍ଜୁ କରିବା ପାଇଁ ମାନ୍ୟବର ଅଦାଲତ ଆଇ ଆଇ ସି ପୁରୀଘାଟ ଥାନାକୁ ନିର୍ଦ୍ଦେଶ କରିଛନ୍ତି |

ଅପରପକ୍ଷରେ ସମ୍ମାନହାନି ଘଟିଥିବା ଏହି ପରିବାର ଓ ଅଞ୍ଚଳ ବାସୀଙ୍କ ତରଫରୁ ୨୮/୫/୨୪ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଆହ୍ବାନ କରିଥିଲେ। ଏହି ପ୍ରେସମିଟ ଜରିଆରେ ତିନି ଭାଇଙ୍କ ସମେତ ବିରିଟୋଳ ପଞ୍ଚାୟତର ସମିତି ସଭ୍ୟ ଜର ବକତ ଖାନ , ସେକ୍ ତାହୁର୍ ଅଲ୍ଲୀ , ନୁର ଲଜମା ଖାନ, ଅହିଦ୍ ଖାନ,ଆସଫାକ ଅଲ୍ଲୀ, ନିୟାଜ୍ ଅଲ୍ଲୀ, ଇଫତେଖର୍ ଅହମ୍ମଦ,ଶେଖ୍ ଅଲିମ୍ ଉଦ୍ଦିନ , ମିର୍ ଦିଆନତ ଅଲ୍ଲୀ ପ୍ରମୁଖ ଏହି ମିଥ୍ୟା ସମ୍ବାଦ ପ୍ରକାଶନ ରୁ ବିରତ ରହିବାପାଇଁ ନିବେଦନ କରିବା ସହିତ ଉଦ୍ଦେଶ୍ୟ ପ୍ରଣୋଦିତ ଏହି ମିଥ୍ୟା ସମ୍ବାଦ ପ୍ରଚାରିତ ହେବାପରେ ପରିବାରର ଦୁଇଜଣ ବୟସ୍କ ମହିଳା ହୃଦ୍ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥଲେ |

ମିଥ୍ୟା ସମ୍ବାଦ ପରିବେଷଣ କରିଥିବା ଏହି ନ୍ୟୂଜ୍ ଚାନେଲ ର ପ୍ରତିନିଧି ଙ୍କ ବିରୁଦ୍ଦରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି |ଜଗତସିଂହପୁର ଜିଲ୍ଲା ପ୍ରଶାସନ ମଧ୍ୟ ଏପରି କପୋଳକଳ୍ପିତ ମିଥ୍ୟା ସମ୍ବାଦ ପରିବେଷଣ କରୁଥିବା ସାମ୍ବାଦିକଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସାମୁହିକ ଭାବେ ନିବେଦନ କରିଅଛନ୍ତି |

Leave a Reply

Your email address will not be published. Required fields are marked *