ଝଙ୍କଡ଼ : ୨୦୨୪ ସଧାରଣନିର୍ବାଚନର ଅନ୍ତିମ ପର୍ଯ୍ୟାୟ ରେ ତିର୍ତ୍ତୋଲ ବ୍ଲକ ର ଗୋପାଳପୁର ପଞ୍ଚାୟତ , ସଂଅରା ପଞ୍ଚାୟତ, ବିରିତୋଳ ପଞ୍ଚାୟତ , ମୁଲିଶିଂହ ପଞ୍ଚାୟତ , କନକ ପୁର ପଞ୍ଚାୟତ, ଗୋବିନ୍ଦପୁର ପଞ୍ଚାୟତ , କଟରା ପଞ୍ଚାୟତ , କୋଷ୍ଟିମଲ୍ଲିକାପୁର ଓ ଗରାମ ପଞ୍ଚାୟତ ରେ, ବିଜୁଜନତା ଦଳର ହେଭିୱେଟ୍ ନେତା ତଥା ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଅରୁଣ ସାହୁ ଙ୍କ ସହିତ ବିଧାୟକ ପ୍ରାର୍ଥୀ ପ୍ରଫେସର ଡଃ ରମାକାନ୍ତ ଭୋଇ, ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ ପ୍ରମୁଖ ସଂଅରା ଛକ ଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ , ଗୋପାଳ ପୁରରେ ପହଞ୍ଚିବାପରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ , ସମିତିସଭ୍ୟା ବିଷ୍ଣୁପ୍ରିୟା ପ୍ରଧାନ , ମମତା ଦାଶ ପ୍ରମୁଖ ଶହ ଶହ କର୍ମୀ ଓ ମା ଭଉଣୀ ମାନଙ୍କ ଦ୍ବାରା ଆହୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଇ , ଷଷ୍ଠଥର ପାଇଁ ମାନ୍ୟବର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୂଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଆଶିର୍ବାଦ ଭିକ୍ଷା ଭିକ୍ଷା କରିଥଲେ।
ଚିଲିକା କୁ ଆସୁଥିବା ସାଇବେରିଆର ପକ୍ଷୀ ମାନଙ୍କ ଭଳି, କେବଳ ଏଇ ନିର୍ବାଚନ ଋତୁରେ କେନ୍ଦ୍ରରୁ ଓଡିଶା କୁ ଆସି, କୁତ୍ସିତ ଭର୍ସନା, ନିନ୍ଦା ଓ କଟୁ ସମାଲୋଚନା କରି ଥାଆନ୍ତି, ମାତ୍ର ଓଡ଼ିଶାର ଶାନ୍ତିପ୍ରିୟ ଭୋଟର ମାନେ, ବିରୋଧୀ ମାନଙ୍କର ଏହି ମିଥ୍ୟା ଗୁଜବ ସୃଷ୍ଠି କରୁଥିବା ବୟାନବାଜି କୁ ପସନ୍ଦ କରନ୍ତି ନାହିଁ । ଜଗତସିଂହପୁର ଜିଲ୍ଲା ବିଜେଡ଼ି ର ଦୁର୍ଗ ଭାବରେ ପରିଗଣିତ ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏଠାରେ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଙ୍କ ସମେତ, ବିଜେଡ଼ି ର ବିଧାୟକ ପ୍ରାର୍ଥୀ ପ୍ରଫେସର ଡଃ ରମାକାନ୍ତ ଭୋଇ , ଗୀତାଞ୍ଜଳି ରାଉତରାୟ, ସାରଦା ଜେନା ଓ ପ୍ରଶାନ୍ତ କୁମାର ମୁଦୁଲି, ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ନିଶ୍ଚିତ ବୋଲି , ଏହି କର୍ମୀ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ପରେ ପରେ ସଂଅ ରା ପଞ୍ଚାୟତ ରେ ମଧ୍ୟ ନିହାର କୁମାର ମହାନ୍ତି , ଦିଲ୍ଲୀପ କୁମାର ମହାନ୍ତି , କାଳନ୍ଦୀ ଦାଶ , ସଚିତ୍ର ମୁଦୁଲି ପ୍ରମୁଖ ଙ୍କ ଦ୍ଵାରା ଆୟୋଜିତ କର୍ମୀ ସମ୍ମିଳନୀରେ ତିର୍ତ୍ତୋଲ ଶଙ୍ଖମୟ ହୋଇଉଠିଛି ବୋଲି ମତ ପ୍ରକାଶ ପାଇଥିଲା , ବିରିତୋଳ ପଞ୍ଚାୟତ ରେ ବିଶିଷ୍ଟ ବିଜେଡ଼ି ନେତା ଅଶ୍ଵିନୀ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ମା ଜାଗୁଲେଇ ଙ୍କ ପୀଠସ୍ଥଳୀରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ।
ପ୍ରତାପ ପ୍ରଧାନ , ସୁନାକର ପରିଡ଼ା , ଅକ୍ଷୟ ମହାନ୍ତି , ସମିତି ସଭ୍ୟ ଜରବକତ ଖାଁ , ତୟୁର ଅଲ୍ଲୀ , ଶେଖ୍ ଆଖିକ ଉଦ୍ଦିନ , ଅଶୋକ ଦାସ , ନିରଞ୍ଜନ ଦସ , ଓ ଚନ୍ଦ୍ରମଣି ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସେହିପରି ମୁଲିଶିଂ ପଞ୍ଚାୟତ ର କଚିରିବାଡି ରେ ମଧ୍ଯ ଅନୁରୂପ କର୍ମୀ ସମ୍ମିଳନୀରେ ବିଜେଡ଼ି ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା, ସେହିପାରି କନକ ପୁର ପଞ୍ଚାୟତ ର୍ ବସନ୍ତବଗିଚା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିଜୟ ନାୟକ ସଭାପତିତ୍ବ କରିଥିଲାବେଳେ ଇଞ୍ଜିନିୟର ସୁମିତ ଦାସ , ବିଜେଡ଼ିବ୍ଲକ ସମ୍ପାଦକ ଅମରଜ୍ୟୋତି ସାହୁ , ସିଦ୍ଧାର୍ଥ ରାଉଳ , ସୁଶାନ୍ତ ରାଉଳ , ଅକ୍ଷୟ ସ୍ଵାଇଁ , ନୃସିଂହ ଚରଣ ରାଉଳ , ଅଜୟ କୁମାର ରାଉଳ , ତୋଫାନ ଭଟ୍ଟ , ଅରୁଣ ମହାପାତ୍ର , ଉଦୟ ପଣ୍ଡା , ସତ୍ୟଭୂଷଣ ଦାସ ବିଜୟ କୁମାର ରାଉଳ , ରମେଶ ଚନ୍ଦ୍ର ରାଉଳ , ରବିନ୍ଦ୍ର ରାଉଳ, ପ୍ରମିଳା ଦାସ , ଶୟଦ୍ ଇଜାର ପ୍ରମୁଖ ଷଷ୍ଠଥର ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାସୀନ କରିବାପାଇଁ ଆହ୍ୱାନ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ,, ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି , ତିର୍ତ୍ତୋଲ ବ୍ଲକ୍ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ , ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ନିର୍ବାଚନ ସଂଯୋଜକ ନାରାୟଣ ପ୍ରସାଦ ଜେନା, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି, ଉପସ୍ଥିତ କର୍ମୀ ମାନଙ୍କୁ ଉତ୍ସାହିତ କରିଥଲେ।