F5e32ee8 9b2e 4952 88e4 D38f387923be

ଝଙ୍କଡ଼ ସାରଳାଙ୍କ ରଜପର୍ବ ଉପଲକ୍ଷେ ଗାଡ଼ି ପାର୍କିଂ ନିଲାମ

ରାଜ୍ୟ
Share

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ରଜପର୍ବ ଉପଲକ୍ଷେ, ଗତ ସୋମବାର ଦିନ, ମନ୍ଦିର ପ୍ରଶାସନ ତରଫରୁ, ଗାଡ଼ି ପାର୍କିଂ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ସର୍ବୋଚ୍ଚ ନିଲାମଧାରି ବିଶ୍ଵଭୁଷଣ ଦାସ ୫୮ହଜାର ୫ ଶହ ଟଙ୍କା ରେ ଏହି ଗାଡି ପାର୍କିଂ ନିଲାମ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏହି ନିଲାମ ପ୍ରକ୍ରିୟା ପରିଚାଳନା କରିବା କ୍ଷେତ୍ରରେ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର , ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, କାନକପୂର୍ ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ମନ୍ଦିର ପ୍ରଶାସନର ଅନ୍ୟତମ ଅଧିକାରୀ ବରଦା ପ୍ରସାଦ ମହାନ୍ତିଙ୍କ ସମେତ, ମାଆଙ୍କ ପଣ୍ଡା ସେବକ ମାନେ ଉପସ୍ଥିତ ରହିଥିଲେ।

ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରତିବର୍ଷ ରଜ ସଂକ୍ରାନ୍ତି, ମାତ୍ର ଗୋଟିଏ ଦିନ ପାଇଁ ଏହି ଗାଡ଼ି ପାର୍କିଂ ନିଲାମ କରାଯାଇଥାଏ । ତେବେ ନିଲାମ ପ୍ରକ୍ରିୟା ଆରମ୍ଭ ରେ, ତ୍ରୁଟିପୂର୍ଣ୍ଣ ଟେଣ୍ଡର ପକାଇଥିବା କାରଣରୁ କଛି ସମୟ ଧରି, ପାଟିତୁଣ୍ଡ ଓ ହୋ ହାଲା ଲାଗିରହିଥିବା ବେଳେ, ପ୍ରଶାସନ ତରଫରୁ କି ପ୍ରକାରର ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଏହା ଦେଖିବାକୁ ବାକିରହିଲା ।

Leave a Reply

Your email address will not be published. Required fields are marked *