ଝଙ୍କଡ଼ : ଜଗତସିଂହପୁର ଜୟପୁର ରାସ୍ତାର ସଅଁରା ଛକ ଠାରୁ, ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର କୁ ଯାଇଥିବା ୬ କିଲୋ ମିଟର ଆର୍ ଡି ରାସ୍ତା ର ସମ୍ପ୍ରସାରଣ କରାଯାଇ, ନୂତନ ଭାବେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଫିଲିଙ୍ଗ, କରାଯାଇ ନଥିବାରୁ , ଯାତାୟାତ ସମୟରେ ଯାନବାହାନ ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି।
ବେଳେ ବେଳେ ଭାରସାମ୍ୟ ହରାଇ, କେତେକ ଯାନବାହାନ ରାସ୍ତା କଡ଼ରେ ଗଳିପଡୁଛି ତ ଆଉ କେତେବେଳେ , ଗାଡ଼ି ଜାମ ହୋଇ, ଘଣ୍ଟା ଘଣ୍ଟା ଧରି, ଧାଡ଼ିବାନ୍ଧି, ଗାଡ଼ିସବୁ ଅଟକି ରହୁଛି। ସବୁଠୁଁ ବଡ଼କଥା ହେଲା ଯେ, ଏହି ରାସ୍ତାଦେଇ ପ୍ରତିଦିନ ଜିଲ୍ଲା ର ପ୍ରସାଶନିକ ଅଧିକାରୀ ମାନେ ଯାତାୟାତ, କରୁଥିଲାବେଳେ, ଅନେକ ସମୟରେ ଭିଆଇପି ମାନେ ମଧ୍ୟ ଯାତାୟାତ କରିଥାନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଏଥିପ୍ରତି କାହାର ଦୃଷ୍ଟି ନପଡ଼ିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅପର ପକ୍ଷରେ ସାରଳାମନ୍ଦିରର ମାତ୍ର ୫୦୦ ମିଟର ପୁର୍ବରୁ ଠିକ୍ ଏକ ଟଣୀକ୍ ପାଖରେ ରହିଥିବା, ବିଦ୍ୟୁତ ଟ୍ରାନ୍ସ୍ ଫର୍ମର ଖୁଣ୍ଟ କୂ ଆଜି ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇନାହିଁ, କି ପୁର୍ବ ଯୋଜନା ଅନୁଯାଇ, ପ୍ରତି ଇଲେକ୍ଟ୍ରୀ ଖୁଣ୍ଟରେ ଲାଇଟ୍ ମଧ୍ୟ ଲଗାଯାଇ ନାହିଁ। ଯାହାଫଳରେ ଦୂରଦୁରାନ୍ତ ରୁ ସାରଳା ପୀଠକୁ ଆସୁଥିବା ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଓ ଯାତ୍ରୀମାନେ, ସୂଚନାଫଳକ ଦେଖିନପାରି ବାଟ ବଣା ହୋଇ ଯାଉଛନ୍ତି। ଏ ସବୁ କଥାକୁ ଦୃଷ୍ଟିରେ ରଖି, ଜଗତସିଂହପୁର ଜିଲ୍ଲା ପ୍ରଶାସନ, ଯଥାଶୀଘ୍ର ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।