1bfb1496 4790 43b6 Be9d Bbb025ddab8c

ସାରଳା ପୀଠ ବଳଦେବଜୀଉଙ୍କ ସ୍ମୃତି ମନ୍ଦିର, ଅମୁହାଁ ଦେଉଳରେ ପରିଣତ

ରାଜ୍ୟ
Share

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ଗତ ୨୦୧୫ ମସିହାରେ ବଡଠାକୁର୍ ବଳଭଦ୍ର ଦେବଙ୍କ ବ୍ରହ୍ମଦାରୁ ଯିବାପରେ, ଏଠାରେ ଏକ ସ୍ମୃତିମନ୍ଦିର ନିର୍ମାଣ ପାଇଁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସହିତ ତାଳଧ୍ଵଜ ରଥ ର ଏକ ରଥଚକ ମଧ୍ୟ ପ୍ରଦାନ କରାଯାଇଥିଲା। ମାତ୍ର ଏହି ସ୍ଥାନଟି ମାଆଙ୍କ ମନ୍ଦିର ସମ୍ମୁଖସ୍ଥ ମଧ୍ୟବର୍ତ୍ତି ସ୍ଥାନରେ ହୋଇଥିବାରୁ, ଗୋଟିଏ ଛୋଟଆକାରର ସ୍ମୁତିପୀଠ କରାଇବା ପାଇଁ,ସାଧାରଣରେ ଓ ବିଭିନ୍ନ ଗଣମାଧ୍ୟମରେ ଦାବୀ ଉଠିଥିଲା। ମାତ୍ର ମନ୍ଦିର ପ୍ରଶାସନ ଏହାକୁ ତିଳେମାତ୍ର ଗୁରୁତ୍ୱ ନଦେଇ , ଅନାବଶ୍ୟକ ଭାବେ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରି, ଏହି ସ୍ମୃତିମନ୍ଦିର ନିର୍ମାଣ କରି, କେବଳ ଠିକାଦାର କୁ ଫାଇଦା ଦେଲେ ।

427d0f09 7035 45df 9346 5c26ee1b0575

ହେଲେ ସେହି ମନ୍ଦିର ଭିତରେ, ରଥଚକ ମଧ୍ୟ ସ୍ଥାପନ କରାଯିବା ପରେ, ଆଜି ପର୍ଯ୍ୟନ୍ତ ଦ୍ଵାର ବନ୍ଦ କରି ରଖାଯାଇଥିବାରୁ, ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି। ଅପର ପକ୍ଷରେ ଏହି ସ୍ମୃତିମନ୍ଦିର ର ଦ୍ଵାରଦେଶରେ ଥିବା ନବଗ୍ରହ ଙ୍କ ବିଗ୍ରହ ମଧ୍ୟରୁ ଆଠଗୋଟି ବିଗ୍ରହ ଥିବାର ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଙ୍କ ଆସିଥିବା, ମନ୍ଦିରବେଢ଼ାର ଉନ୍ନତିକରଣ ପାଇଁ ଆର୍ଥିକ ଅନୁଦାନ କୁ କାହା ସ୍ବାର୍ଥ ପାଇଁ ୨୧ ଲକ୍ଷ ଟଙ୍କା ଏହି ସ୍ମୃତି ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ କରାଗଲା, ତାହା ଆଜିବି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଗତ ବୁଧବାର ଦିନ ୧୧ ଟା ବେଳେ ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହା, ସାରଳା ମନ୍ଦିର ପରିଦର୍ଶନ ରେ ଆସିଥିବା ଅବସରରେ , ଏହି ବଳଦେବଜୀଉ ଙ୍କ ସ୍ମୁତି ମନ୍ଦିର ର ସ୍ଥିତି ଅନୁଧ୍ୟାନ କରିବାପରେ, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋରଧରିଚି । ଜିଲ୍ଲାପାଳ ନିଜେ ସାରଳା ମନ୍ଦିର ପ୍ରଶାସନର ପରିଚାଳନା ସମିତି ସଭାପତି ଥିବାରୁ, ପରବର୍ତ୍ତୀ ସମୟରେ ପ୍ରଶାସନ ତରଫରୁ ଏଥିପାଇଁ କି ପଦକ୍ଷେପ ଗ୍ରହଣ କରାଯିବ ବୋଲି, ସାଧାରଣରେ ଉତ୍କଣ୍ଠା ଓ ଆବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *