38c812c5 4b3d 41ea Aaf6 4496bb2bbe4b

ଯୁନୋପସ +୨ବିଜ୍ଞାନ ବିଦ୍ୟାର୍ଥୀମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ

ରାଜ୍ୟ
Share

ତିର୍ତ୍ତୋଲ :  ତିର୍ତ୍ତୋଲସ୍ଥିତ ୟୁନୋପସ ବିଜ୍ଞାନ ମହାବିଦ୍ୟାଳୟ ର +୨ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ଉତ୍ସବ ଗତ ଶନିବାର ଦିନ ଅପରାହ୍ନ ରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି  | ଏହି ଉପଲକ୍ଷେ ଆୟୋଜିତ ସଭା କଲେଜ ଅଧ୍ୟକ୍ଷ ଜୀବନ ବଲ୍ଲଭ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ, ଏଥିରେ ସମ୍ମାନିତ ଅତିଥିଭାବେ ନିର୍ଦେଶକ ସରୋଜ କାନ୍ତ ମହାନ୍ତି, ଆଇନ ଜୀବି ଅମୀୟ ରଞ୍ଜନ ସ୍ୱାଇଁ, ବରିଷ୍ଠ ଅଧ୍ୟାପକ କେ କେ ଓଝା, ଇଂରାଜୀ ବିଭାଗ ଅଧ୍ୟାପକ ଗଣେଷ ପାଣି, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦେବବ୍ରତ ମଣ୍ଡଳ, ଅଧ୍ୟାପକ ରାଜେନ୍ଦ୍ର ରାଉତ, ସଂଯୋଜିକା ପ୍ରିୟଦର୍ଶିନୀ ମହାନ୍ତି, ପ୍ରମୁଖ ଯୋଗଦେଇ,ଛାତ୍ରଛାତ୍ରୀ ମାନେ ନିଜର ଅଧ୍ୟବସାୟ,କଠୋର ପରିଶ୍ରମ, ଶୃଙ୍ଖଳିତ ଜୀବନଯାପନ, ଓ ନିଜକୁ ସଂସ୍କାରିତ କରିପାରିଲେ, ଦେଶ ତଥା ବିଶ୍ୱରେ ସୁପ୍ରତିଷ୍ଠିତ ହୋଇପାରିବେ ବୋଲି ଆହ୍ୱାନ ଦେଇଥିଲେ | ଅଧ୍ୟାପକ ପବିତ୍ର ନାୟକ ଙ୍କର ଗମ୍ଭୀର୍ଯ୍ୟପୂର୍ଣ୍ଣ ଉପସ୍ଥାପନା ସଭାସ୍ଥଳକୁ ପ୍ରକମ୍ପିତ କରିଥିଲା |

36345bf0 1aad 4053 85f0 81b7ee9a3ba0

୨୦୦୨ ମସିହାରେ ସ୍ଥାପିତ ହୋଇଥିବା ଏହି ମହାବିଦ୍ୟାଳୟ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଆରମ୍ଭ ହୋଇଥିଲା ବେଳେ, ୨୦୨୪ ମସିହାରେ ମୋଟ ୧୨୮ ଟି ସିଟ ରୁ ସମ୍ପ୍ରତି ୨୨୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଅଛନ୍ତି |ଏହି ମହାବିଦ୍ୟାଳୟ ର ଛାତ୍ର ସୌମ୍ୟ ରଞ୍ଜନ ସାମଲ ଜିଲ୍ଲାର ଚତୁର୍ଥ ସ୍ଥାନ ଲାଭ କରିଥିବା ବେଳେ ବହୁ ଛାତ୍ରଛାତ୍ରୀ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଏହି କଲେଜ ଗୌରବାନ୍ବିତ ହୋଇ ଅଛି ବୋଲି ଅଭିଜ୍ଞ ଅଧ୍ୟାପକ ମାନେ ମତବ୍ୟକ୍ତ କରିଥିଲେ | ସଭାର ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଙ୍କର ପ୍ରତିମୂର୍ତ୍ତି ସମ୍ମୁଖରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରିବା ସମୟରେ ଶାରଳା ମହିମା ପ୍ରଚାରକ ବେଦ ପାଠ କରିଥିଲେ  | ପୁଷ୍ପାଞ୍ଜଳି ବେହେରା, ରଞ୍ଜିତ ବେଉରା, ପ୍ରିୟଦର୍ଶିନୀ ଦାଶ, ମନୀଷା ଜେନା, ଦେବାଶିଷ ପ୍ରଧାନ, ଓ ଆଇଟି ତାପସ ଦାସ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା | ପରିଶେଷରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ସଂଗୀତ ଓ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସମସ୍ତେ ଉପଭୋଗ କରିଥିଲେ |

Leave a Reply

Your email address will not be published. Required fields are marked *