F8f36ea9 D580 458d Bcb2 551e41047fca

ବ୍ୟାସ ଫାଉଣ୍ଡେସନର ଚତୁର୍ଥ ତ୍ରୈମାସିକ ପତ୍ରିକା ଉନ୍ମୋଚନ ଉତ୍ସବ

ରାଜ୍ୟ
Share

ଝଙ୍କଡ :  ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ “ବ୍ୟାସ ଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ” ପାରାଦ୍ଵୀପ, ସମାଜର ତଳସ୍ତରର ଅଭାବୀ ମଣିଷ ର ଅନ୍ତର୍ବେଦନାର କ୍ଷୀଣ ସ୍ୱରକୁ ବୁଝି ସେବା କରିବାର ଉଦ୍ଦେଶ୍ୟରେ ଦୀର୍ଘ ଚାରି ବର୍ଷ ହେବ ତାର ସେବା କାର୍ଯ୍ୟ କୁ ଜାରି ରଖିଛି । ବିଶେଷ କରି ସମାଜ ରେ ମାନସିକ ବିକାର ଗ୍ରସ୍ଥ ବ୍ୟକ୍ତି ବିଶେଷ ଙ୍କ ପାଇଁ କାହାର ନଜର ନଥାଏ। ଟ୍ରଷ୍ଟ ଅଧକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ସଭାପତି ଡ. ସିଦ୍ଧେଶ୍ୱର ପଣ୍ଡା ଙ୍କ ପ୍ରୟାସ ରେ ସଂଗଠନ ଦ୍ଵାରା ଅଦ୍ୟାବଧି ୫୦୦ ରୁ ଉର୍ଦ୍ଧ ମାନସିକ ବ୍ୟକ୍ତି ବିଶେଷ ଙ୍କୁ ଉଦ୍ଧାର କରି ବ୍ୟବସ୍ଥିତ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସଂଖ୍ୟାଧିକ ବିଧବା ଅସହାୟ ସ୍ବାମୀ ପରିତ୍ୟକ୍ତା ମହିଳା ଙ୍କୁ ବଞ୍ଚିବାର ନୂତନ ଦିଶା ଦେଖାଇଛନ୍ତି। ଏତଦ୍ ଭିନ୍ନ କରୋନା ସମୟରୁ ରାସ୍ତାକଡ, ମଠ, ମନ୍ଦିର ପରିବେଶ ରେ ଏକ ଲକ୍ଷ ଅଶ୍ୱଥ ବୃକ୍ଷ ରୋପଣ ଲକ୍ଷରେ,ଅଶ୍ୱତ୍ଥ ବୃକ୍ଷ ରୋପଣ କୁ ମଧ୍ୟ ଟ୍ରଷ୍ଟ ଅଗ୍ରାଧିକାର ଦେଇଛି।

ସମାଜ ରେ ନୈତିକ ଶିକ୍ଷା ଦିନ କୁ ଦିନ ଅଧୋଗତି ସମ୍ପନ୍ନ।ଏହାର ନିରାକରଣ ପାଇଁ ପ୍ରତ୍ୟେକ ହାତ ରେ ଗୀତା ଓ ପ୍ରତ୍ୟେକ ଘରେ ଜଗନ୍ନାଥ ଙ୍କୁ ସ୍ଥାପିତ କରାଇବାର ମହତ୍ ଲକ୍ଷ୍ୟ ସାଧନା ରେ ଟ୍ରଷ୍ଟ ଅଗ୍ରଗତି କରିଛି । ଗୀତା ତତ୍ତ୍ଵ କୁ ସାର୍ବଜନୀନ କରିବା ଉଦ୍ଦେଶ୍ୟ ରେ ଏକ ତ୍ରୈମାସିକ ପତ୍ରିକା “ଗୀତା ଜ୍ଞାନାଞ୍ଜନ”କୁ ପ୍ରକାଶିତ କରାଇବା ରେ ପ୍ରମୁଖ ଦାୟିତ୍ଵ ସଭାପତି,ତଥା ମୁଖ୍ୟ ସମ୍ପାଦକ ଡ. ସିଦ୍ଧେଶ୍ୱର ପଣ୍ଡା ଜିଲ୍ଲା ଓ ଜିଲ୍ଲାନ୍ତର ରେ ଉନ୍ମୋଚନ କରାଇବାରେ ସଫଳ ହୋଇଛନ୍ତି । ଇତିମଧ୍ୟରେ ଭୁବନେଶ୍ୱର ଭୌମନଗର ସ୍ଥିତ ପବିତ୍ର ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷ ରେ ଗୀତା ଜ୍ଞାନାଞ୍ଜନ ତ୍ରୈମାସିକ ପତ୍ରିକା ର ଦଶମ ସଂଖ୍ୟା ବରେଣ୍ୟ ଅତିଥି ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ମାନ୍ୟବର ବିଧାୟକ,ଏକାମ୍ର ଭୁବନେଶ୍ୱର ଶ୍ରୀଯୁକ୍ତ ବାବୁ ସିଂ ପଥିତ ଯଶା ସାହିତ୍ୟିକ ସ୍ତମ୍ଭକାର ତଥା ବିଶିଷ୍ଟ ବାଗ୍ମୀ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାସ (ଦାସ ବେନହୁର) ସିଇଓ କଳିଙ୍ଗ ଟିଭି ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ, ଚଳଚ୍ଚିତ୍ର ପ୍ରଯୋଜକ ତଥା ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ରମେଶ ବାରିକ, ବରିଷ୍ଠ ଚିକିତ୍ସକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଟକ, ଡାକ୍ତର ଜୟନ୍ତ ପଣ୍ଡା କାର୍ଯ୍ୟକାରୀ ପ୍ରଯୋଜକ ଓ ଟିଭି (ପ୍ରାର୍ଥନା) ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଅଭିନନ୍ଦନ ଦାସ ତଥା ବ୍ୟାସ ଫାଉଣ୍ଡେସନ ର ଅଧକ୍ଷl ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ କର କମଳ ରେ ଉନ୍ମୋଚିତ ହୋଇଛି।
ପ୍ରାରମ୍ଭ ରେ ସଭାପତି ଡ. ପଣ୍ଡା ବ୍ୟାସ ଫାଉଣ୍ଡେସନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ଆଲୋକ ପlତ କରିଥିଲେ | ବରେଣ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଓ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ ,ସଂଗଠନ ର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ଙ୍କ ଦ୍ଵାରା ବେଦ ମନ୍ତ୍ର ଉଚ୍ଚାରଣ ରେ ପରିବେଶ ଆଧ୍ୟାତ୍ମିକ ମୟ ସୃଷ୍ଟି ହୋଇଥିଲା।ସଂଗଠନ ର ଉପସଭାପତି ଶ୍ରୀମତୀ ରଶ୍ମିତା ନାୟକ କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ପ୍ରଧାନ ,ବିବେକାନନ୍ଦ ହୋତା,ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ,ସଂଗଠନ ସମ୍ପାଦକ ସୁନାକର ବେହେରା,ଶ୍ରୀଯୁକ୍ତ ଯଶୋବନ୍ତ ରାଉତ,ପରିଚାଳନା ସମ୍ପାଦକ ସତ୍ୟପ୍ରିୟ ପଣ୍ଡା,ପତ୍ରିକା ର ଯୁଗ୍ମ ସମ୍ପାଦକ ନରେନ୍ଦ୍ର କୁମାର ସ୍ବାଇଁ,ପୃଷ୍ଠ ପୋଷକ ସଭ୍ୟ କ୍ଷେତ୍ର ମୋହନ ଦାସ,କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାଶ,ଉପଦେଷ୍ଟା ଗଗନ ବିହାରୀ ପୃଷ୍ଟି,ଅକ୍ଷୟ କୁମାର ସାହୁ,ରମାକାନ୍ତ ରାଉତ,ସଭ୍ୟ ପ୍ରଭାତ ରଞ୍ଜନ ବିଶ୍ଵାଳ, ମନୋଜ ପ୍ରଧାନ, ବିପିନ ମାଝୀ, ସଂଗ୍ରାମ ନାୟକ, ପ୍ରିତିମୟୀ ଆଚାର୍ଯ୍ୟ ଙ୍କ ସମବେତ ଉଦ୍ୟମ ରେ ଉକ୍ତ ଆଧ୍ୟାତ୍ମିକ ଉତ୍ସବ ରେ ବିବିଧ କ୍ଷେତ୍ର ରେ ଲବ୍ଧ ପ୍ରତିଷ୍ଟ ୦୭ ଜଣଙ୍କୁ ବ୍ୟାସ ପୁତ୍ର ସମ୍ମାନ ରେ, ୦୯ ଜଣଙ୍କୁ ଆଦର୍ଶ ଦମ୍ପତି ଚକୋର ଚାକୋରି ସମ୍ମାନ ୧୩ଜଣଙ୍କୁ ବ୍ୟାସ ସେବା ସମ୍ମାନ ଓ ୧୧ ଜଣଙ୍କୁ ବ୍ୟାସ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା  | ଉତ୍ସବର ମୁଖ୍ୟ ଆକର୍ଷଣ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ହାସ୍ୟଅଭିନେତା  ତତ୍ତ୍ଵ ପ୍ରକାଶ ଶତପଥୀ ପପୁ ପମ ପମ ଓ ତାଙ୍କ ସୁପୁତ୍ର ସ୍ଵୟଂ ଶତପଥୀ ଙ୍କୁ ସ୍ଵତନ୍ତ୍ର ସମ୍ମାନରେ ପୁଷ୍ପ ଗୁଛ ଉତ୍ତରୀୟ ମାନ ପତ୍ର ଫୁଲ ଗଛ ତଥା ଜଗନ୍ନାଥ ମୂର୍ତ୍ତି ପ୍ରଦାନ କରାଗଲା ।

ପ୍ରାରମ୍ଭ ରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ମଲ୍ଲିକ ଓ ଉପସଭାପତି ରଶ୍ମିତା ନାୟକ ତଥା ଯୁଗ୍ମ ସମ୍ପାଦକ ନଗେନ୍ଦ୍ର ନାଥ ସ୍ବାଇଁ ସଂଗଠନ ସମ୍ପାଦକ ସୁନାକର ବେହେରା ସଭାର ଆଭିମୁଖ୍ୟ ଓ ଦୈନନ୍ଦିନ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ।ମଞ୍ଚ ରେ ସଭାପତିତ୍ବ କରୁଥିବା ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଏପରି ଏକ ସେବା ଧର୍ମି ସଂଗଠନ କୁ ସମସ୍ତଙ୍କର ଶୁଭାଶିଷ ରହୁ ବୋଲି ନିଜର ବ୍ୟକ୍ତବ୍ୟ ରେ ଅନୁରୋଧ କରିଥିଲେ !

Leave a Reply

Your email address will not be published. Required fields are marked *