Screenshot

ଦାୟିତ୍ବ ନେଲେ କଟକର ନୂଆ ଡିସିପି

ରାଜ୍ୟ
Share

କଟକ : କଟକ ର ନୂତନ ଡିସିପି ଭାବେ  କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୩ ମସିହା ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନା ।  ବିଦାୟୀ ଡିସିପି ପ୍ରକାଶ ଆର ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।  ନୂତନ ଡିସିପି ଜଗମୋହନ ମୀନା କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନୋର ପ୍ରଦାନ କରାଯିବା ପରେ ସବୁ ଅଧିକାରୀ ଙ୍କ ସହ ହାତ ମିଳାଇ ପରିଚିତ ହୋଇଥିଲେ ପରେ ସମସ୍ତ ଅଧିକାରୀ ମାନଙ୍କ ସହ ବୈଠକ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ ଗଣମାଧ୍ୟମ କୁ ନୂତନ ଡିସିପି କହିଛନ୍ତି ।ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ତାହା ଉପରେ ଆମର ଗୁରୁତ୍ଵ ରହିବ । ଆଜି ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି । କେମିତି ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବା ସହ ମହିଳା ମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ଦିନ ଗୁଡ଼ିକ ଆମ ପାଇଁ ବଡ଼ ଆହ୍ୱାନ ରହିବ । କଟକ ର ନାଗରିକ ମାନଙ୍କ ସହଯୋଗ ରେ ଆମେ ଭଲରେ ସବୁ କିଛି କରି ପାରିବୁ । ବଡ଼ ବଡ଼ ଅପରାଧୀ ମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।ଏଥି ସହ ଜନ ସାଧାରଣ  whatsapp ରେ ସିଧା ଅଭିଯୋଗ କରିପାରିବେ ବୋଲି କହିଛନ୍ତି ନୂତନ ଡିସିପି ଜଗମୋହନ ମୀନା। ପୋଲିସକୁ ଦିଆ ଯିବ ସଫ୍ଟ ସ୍କିଲ ଟ୍ରେନିଂ ସହ ପୋଲିସକୁ ଦିଆଯିବ ଅନ ଲାଇନ କୋର୍ସ ତାଲିମ ଯାହା ଫଳ ରେ ପୋଲିସ ଅଧିକାରୀ ମାନେ ଅଧିକ କ୍ରିୟା ସୀଳ ହୋଇ କାର୍ଯ୍ୟ କରିବା ବୋଲି କହିଛନ୍ତି ନୂତନ ଡିସିପି ଜଗମୋହନ ମୀନା।

ସେହି ଭଳି ଗତକାଲି ଟୁଇନ୍ ସିଟି ର ପୋଲିସ କମିଶନର ଭାବେ ଯୋଗ ଦେଇଥିବା ଡକ୍ଟର ସୁରେଶ ଦେବଦତ୍ତ ସିଂହ ଆଜି କଟକ ରେ ଡିସିପି ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନୂତନ ଡିସିପି ଙ୍କ ସମେତ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ଗାଦି ମଡ଼ା ଅଧିକାରୀ ଙ୍କୁ ଚେତାବନୀ ଦେବା ସହ ପେଶାଦାର ଅପରାଧୀ ଅପରାଧ ନ ଛାଡ଼ିଲେ ଭୟଙ୍କର ସ୍ଥିତି ହେବ ବୋଲି ଚେତାଇ ଦେଇଛନ୍ତି ସିପି।

ଗତକାଲି ଟୁଁଇଁ ସିଟି ର ନୂତନ ପୋଲିସ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଡକ୍ଟର ସୁରେଶ ଦେବଦତ୍ତ ସିଂ। ଆଉ କଟକ ଡିସିପି ଙ୍କ କାର୍ଯ୍ୟାଳୟ କୁ ଆସି ନୂତନ ଡିସିପି ଜଗମୋହନ ମୀନା ଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କ ସହ ବୈଠକ କରିଛନ୍ତି । ଏହି ସମୟରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି ସିପି କହିଛନ୍ତି। ଗାଦି ମଡ଼ଆ ପୋଲିସ ଅଧିକାରୀ ଙ୍କୁ ସିପି ଙ୍କ ଚେତାବନୀ। ଦୀର୍ଘ ଦିନ ବିଭିନ୍ନ ଥାନା ଫାଣ୍ଡି ରେ ରହିଥିବା ଅଧିକାରୀ ଙ୍କ ଉପରେ ହେବ କର୍ଯ୍ୟାନୁଷ୍ଠାନ । ଅଧିକାରୀ କର୍ମଚାରୀ ଙ୍କ ଦକ୍ଷତା ଉପରେ ଗୁରୁତ୍ବ। ପୋଲିସ କାର୍ଯ୍ୟ ରେ ଦକ୍ଷତା ମୁଖ୍ୟ କାର୍ଯ୍ୟ। ପୋଲିସ କର୍ମଚାରୀ ଙ୍କ ଦକ୍ଷତା ମାନ ଦଣ୍ଡ। ଥାନାକୁ ଆସୁଥିବା ସବୁ ଲୋକ ଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସିପି ଙ୍କ ଗୁରୁତ୍ବ। ରାତି ହେଉ କୀ ଦିନ ସବୁ ବଳେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପୋଲିସ। ସବୁ ବଳେ ପୋଲିସ ସଜାଗ ରହିବା ସହ ଜନସାଧାରଣ ଙ୍କ ପାଇଁ କାର୍ଯ୍ୟ କରିବାକୁ ସିପି ନିର୍ଦ୍ଧେଶ ଦେଇଛନ୍ତି। ସେହି ଭଳି ଭରତପୁର ଘଟଣା ରେ ଦୁଇଟି ତଦନ୍ତ ଚଳୁଛି। କ୍ରାଇମବ୍ରାଞ୍ଚ୍ ଓ ନ୍ୟାୟିକ ତଦନ୍ତ ଜାରି ରହିଛି ସେ ନେଇ ଅଧିକ କହିବା ଠିକ୍ ନୁହେଁ । ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି ସିପି । ଅପରାଧୀମାନଙ୍କୁ ପୋଲିସ କମିଶନର ଦେଇଛନ୍ତି କଡା ଚେତାବନୀ ଅପରାଧ ଛାଡ଼ି ଥିବା ବ୍ୟକ୍ତି ଅପରାଧ ନ କରି ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ ।  ମୁଖ୍ୟ ସ୍ରୋତକୁ ଫେରିଲେ ତାଙ୍କୁ ମିଳିବ କମିଶନରେଟ୍ ପୋଲିସ ର ସହାୟତା ସହ ସରକାରୀ ସୁବିଧା I  ଅଭ୍ୟାସ ଗତ ଅପରାଧୀ ଅପରାଧ ଛାଡନ୍ତୁ  I ନଚେତ୍ ଭୟଙ୍କର ସ୍ଥିତି ହେବ। ଥାନାରେ ପୋଲିସ କର୍ମଚାରୀମାନଙ୍କ  କାର୍ଯ୍ୟଦକ୍ଷତାକୁ ଗୁରୁତ୍ବ ଦିଆଯିବ । କାର୍ଯ୍ୟଦକ୍ଷତା ଥିବା ଏବଂ କାର୍ଯ୍ୟଦକ୍ଷତା ନଥିବା କର୍ମଚାରୀଙ୍କୁ ବଛାଯିବ ବୋଲି ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି ।

କଟକ ରେ ନୂତନ ସିପି ଓ ଡିସିପି ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ କଟକ ରେ କିଭଳି ଜନ ସାଧାରଣ ପୋଲିସ ଠାରୁ ଉତ୍ତମ ସେବା ପାଇବେ ତାକୁ ଗୁରୁତ୍ବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *