A7ed64ba 887b 40e0 829c 0c4a01296bd9

ନୂତନ ଏସପିଙ୍କ ସାରଳା ଦର୍ଶନ ବେଳେ, ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିରର ଗର୍ଭଗୃହ

ରାଜ୍ୟ
Share

ଝଙ୍କଡ :  ରଜ୍ୟରେ ବିଭିନ୍ନ ଜିଲ୍ଲାର ଏସପିମାନଙ୍କ ବଦଳି ପ୍ରକ୍ରିୟାରେ, ଗତ ଶୁକ୍ରବାର ଦିନ ଜଗତସିଂହପୁର ଜିଲ୍ଲାରେ ନୂତନ ଏସପି ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ଭବାନୀ ଶଙ୍କର ଉଦ୍‌ଗାତା ଶନିବାର ଦିନ ସକାଳେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ଦର୍ଶନ କରି ମାଆଙ୍କର ପୂଜାର୍ଚ୍ଚନା କରିବା ସହିତ କୃପା ଭିକ୍ଷା କରିଥଲେ।

ଶ୍ରୀ ଉଦ୍‌ଗାତା ଶାରଦୀୟ ପାର୍ବଣ ପୂଜାର ଦ୍ୱାଦଶ ଦିନର ସକାଳ ମାର୍ଜନା ସମୟରେ ଏକ ଶାନ୍ତ ପରିବେଶ ମଧ୍ୟରେ ମାଆଙ୍କୁ ଦର୍ଶନ କରିବା ସମୟରେ, ବଜ୍ରଗମ୍ଭୀର କଣ୍ଠରେ ଦେବୀଙ୍କର ସ୍ତବ, ସ୍ତୋତ୍ର, ମନ୍ତ୍ର, ଦୀର୍ଘସମୟଧରି ପାଠ କରିବା ବେଳେ  ମନ୍ଦିରର ଗର୍ଭଗୃହ ସେହି ମନ୍ତ୍ରଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥିଲା ।  ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ବରିଷ୍ଠ ସେବାୟତ ବିଶ୍ୱରଂଜନ ରାଉଳ, ବିଜୟ କୁମାର ରାଉଳ, ରମେଶ ଚନ୍ଦ୍ର ରାଉଳ ଙ୍କ ସମେତ ବହୁ ପଣ୍ଡା ସେବକ ତାଙ୍କୁ ମାଆଙ୍କ ପାଦୁକ ଚନ୍ଦନ ସିନ୍ଦୁର, ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିବା ପରେ, ବେଢ଼ା ପରିକ୍ରମା କରିଥଲେ।

Bda4e916 E1c5 404b 8013 F3418954cd7c

ତେବେ ନୂଆ ଏସପି ଶ୍ରୀ ଉଦ୍ ଗାତା ଏଥିପୂର୍ବରୁ ରାଉରକେଲା, ସମ୍ବଲପୁର, ସୁବର୍ଣ୍ଣପୁର , ଢେଙ୍କାନାଳ ଆଦି ବିଭିନ୍ନ ସ୍ଥାନରେ, ପଦସ୍ଥ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଯୋଗଦେବାପରେ ଜିଲ୍ଳାର ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ପ୍ରତ୍ୟେକ ଥାନା ରେ ସାଧାରଣ ଲୋକଙ୍କୁ ପୋଲିସର ଉତ୍ତମ ବ୍ୟବହାର ଓ ଯଥାର୍ଥ ନ୍ୟାୟ ପ୍ରଦାନ,  ଧର୍ମପୀଠ ମାନଙ୍କୁ ସମ୍ପୂର୍ଣ ନିଶାମୁକ୍ତ କରିବା ସହିତ  ଅପରାଧ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।

କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ସାରଳା ମନ୍ଦିର ଫାଣ୍ଡିର ଅଧିକାରୀ ଓ ପୋଲିସ କର୍ମଚାରୀ ମାନଙ୍କ ସମେତ ସାରଳା ମନ୍ଦିର ପ୍ରଶାସନର ପଦାଧିକାରୀ ବରଦା ପ୍ରସାଦ ମହାନ୍ତି ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ସାରଳା ପୀଠରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରି , ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *