ଝଙ୍କଡ଼ : ଐତିହାସିକ ଚେଳିତୋଳ ବୋଇତ ବନ୍ଦାଣ ପରିଷଦ , କିଛିବର୍ଷ ଧରି ଚେଳିତୋଳ ବାଲିଯାତ୍ରା ମହୋତ୍ସବ କମିଟି ରେ ପରିଣତ ହୋଇଥିବା ବେଳେ, ଚଳିତ ବର୍ଷ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ବୈଠକ ରେ ପାରାଦୀପ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ଵାଇଁ ଙ୍କୁ ଡକାଯାଇ ନଥିବାରୁ, ବିଜେପି ର ସମର୍ଥକ ମାନେ ଉଦବେଗ ପ୍ରକାଶ କରିଥଲେ। ତେବେ କମିଟିର ସଭାପତି ତଥା ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ, ସମସ୍ତଙ୍କୁ ସାଙ୍ଗରେ ନେଇ ବାଲିଯାତ୍ରା ହେବାକୁ ଯାଉଛି ବୋଲି, ଉତ୍ତର ରଖିଥିଲେ ମଧ୍ୟ ବିଜେପି ସମର୍ଥକ ମାନେ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ଅପର ପକ୍ଷରେ ଯଦି ବାଲିଯାତ୍ରା ମହୋତ୍ସବ କୁ ଦଳମତ ନିର୍ବିଶେଷରେ ସମସ୍ତେ ମିଳିମିଶି କରିବା ପାଇଁ ବିଧାୟକ ଡଃ ଭୋଇ ଆହ୍ଵାନ ଦେଇଥିଲେ ମଧ୍ଯ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଈଂ ହିମାଂଶୁ ଭୁଷଣ ମଲ୍ଲିକ ଙ୍କୁ ଏହି ପ୍ରସ୍ତୁତି ବୈଠକ ରେ ନିମନ୍ତ୍ରଣ କରାଯାଇ ନଥିବାରୁ, ଉପସ୍ଥିତ ଥିବା କଂଗ୍ରେସ ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ତେବେ ସବୁଠୁଁ ବଡ଼କଥା ହେଲା, ଆଉ ମାତ୍ର ୧୫/୧୭ ଦିନ ପରେ ବାଲିଯାତ୍ରା ହେବାକୁ ଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସବକମିଟି ଗଠିତ ହେଲା ନାହିଁ।
ଯେଉଁ ଗଣମାଧ୍ୟମର ପ୍ରତିନିଧି ମାନେ, ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବା ଦିନଠାରୁ ଏହାର ପ୍ରଚାର ପ୍ରସାର କରିଆସୁଛନ୍ତି, ବିଗତ କିଛି ବର୍ଷ ଧରି ସେମାନଙ୍କୁ ପ୍ରଚାର ପ୍ରସାର ସବକମିଟି ରେ ମଧ୍ୟ ସ୍ଥାନିତ କରାଯାଉ ନାହିଁ। ବିଗତ ପ୍ରସ୍ତୁତି ବୈଠକ ରେ ମଧ୍ଯ ତିର୍ତ୍ତୋଲର କେତେକ ଗଣମାଧ୍ୟମ ର ପ୍ରତିନିଧି ସ୍ଵର୍ ଉଠାଇଥିଲେ। ବିଶେଷ କରି ଏହି ବାଲିଯାତ୍ରାରେ ବିପୁଳ ଅର୍ଥ ଖର୍ଚ୍ଚ ର ଅଟକଳ କରାଯାଇଥିଲା ବେଳେ, ଏହି ଅର୍ଥ ସଂଗ୍ରହ କରିବା ପାଇଁ ସବକମିଟି ଗଠନ ର ଆବଶ୍ୟକତା ରହିଛି। ସ୍ମରଣିକା ସବକମିଟି ଗଠନ ହୋଇ ନଥିବାରୁ, ବିଶିଷ୍ଟ୍ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଠାରୁ ବାର୍ତ୍ତା ସଂଗ୍ରହ ଓ କବି ଲେଖକ ମାନଙ୍କର ଲେଖାସଂଗ୍ରହ ଆଦି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିନାହିଁ। ଯଦି ଯଥାଶୀଘ୍ର ସବକମିଟି ଗୁଡ଼ିକ ଗଠନ କରାନଯାଏ ତେବେ, ବାହାଘର ବେଳେ ବାଇଗଣ ରୁଆ ଭଳି ପରିସ୍ଥିତ ସୃଷ୍ଟି ହେବା ସହିତ, ବିଗତ ବର୍ଷ ମାନଙ୍କଭଳି ଗୁରୁତର ଆର୍ଥିକ ଶଙ୍କଟ ଦେଖାଯିବାର ଆଶଙ୍କା ମଧ୍ୟ ରହିଛି। ତେବେ ଆଗ ମାଟି ଓ ତାପରେ ପାର୍ଟି ବୋଲି କହୁଥିବା ବିଧାୟକ ତଥା ବାଲିଯାତ୍ରା ମହୋତ୍ସବ କମିଟି ର ସଭାପତି ଡ଼ଃ ଭୋଇ କେତେଦୂର ଏହି ବାଲିଯାତ୍ରା ର ସଫଳ ରୂପାୟନ କରିପାରୁଛନ୍ତି, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।