D780a877 D1d9 4c4a 9b39 8553f99480b8

ସେବା ସମର୍ପିତ ବ୍ୟାସ ଫାଉଣ୍ଡେସନ ଦ୍ବାରା ପାରାଦୀପରୁ ଉଦ୍ଧାର ହେଲେ ୧୩ଜଣ ମାନସିକ ଭିନ୍ନକ୍ଷମ

ରାଜ୍ୟ
Share

ଝଙ୍କଡ :  ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ତାର ଦୈନନ୍ଦିନ ସେବା କାର୍ଯ୍ୟ ମାଧ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକଙ୍କ ଶ୍ରଦ୍ଧା ଓ ସଂମ୍ମାନ ସାଉଁଟି ପାରିଛି।ବିଶେଷ କରି ମାନସିକ ଭିନ୍ନକ୍ଷମ ମାନଙ୍କୁ ଉଦ୍ଧାର ଓ ଥଇଥାନ କରିବାର ନିଆରା ପ୍ରୟାସ ରେ ସଫଳ ହୋଇପାରିଛି ସଂଗଠନ। ସଂଗଠନ ର ଅଧକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଅସୁସ୍ଥତା ଓ ସାମାନ୍ୟ ଆରୋଗ୍ୟ ପରେ ପୁଣି ଥରେ ସଂଗଠନ ର କର୍ମକର୍ତ୍ତା ଙ୍କ ମାଧ୍ୟମରେ ସେବା କାର୍ଯ୍ୟରେ ମନୋ ନିବେଶ କରିଛନ୍ତି।ଆଜି ବନ୍ଦର ନଗରୀ ପାରାଦୀପ ଅଂଚଳରୁ ଉପସଭାପତି ଶ୍ରୀମତୀ ରଶ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, ସଭ୍ୟ ବିପିନି ମାଝୀ, ସଂଗ୍ରାମ ନାୟକ, ତଥା ସଭାପତି ପଣ୍ଡିତ ଡ ସିଦ୍ଧେଶ୍ଵର ପଣ୍ଡା, ପାରାଦୀପ ଅଞ୍ଚଳ ର ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଙ୍କ ସହଯୋଗ କ୍ରମେ ୧୩ଜଣ ମାନସିକ ଭିନ୍ନକ୍ଷମ ପୁରୁଷ ଓ ମହିଳାଙ୍କୁ ଉଦ୍ଧାର କରି ସଂଗଠନ ତାର ନିଜସ୍ୱ ଉଦ୍ୟମରେ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପତ୍ରାଙ୍କ ଆଧାରରେ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ପୁରି ଠାରେ ଅବସ୍ଥାପିତ କରିପାରିଛନ୍ତି । ଏଥି ପାଇଁ ଶ୍ରୀମତୀ ଆଚାର୍ଯ୍ୟ ଓ ଶ୍ରୀମତୀ ନାୟକ ପାରାଦୀପ ଅଞ୍ଚଳ ର ଗଣମାଧ୍ୟମର ପ୍ରତିନିଧି ତଥା ନୀଳାଚଳ ସେବା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଓ ସମସ୍ତ ତତ୍ୱାବଧାରକ ଭାଇ ଭଉଣୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବ୍ୟାସ ଫାଉଣ୍ଡେସନ ର ଏପରି ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ପୌରାଧକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ, ଶ୍ରମିକ ନେତା ଶ୍ରୀଯୁକ୍ତ ରାକେଶ ପଟ୍ଟନାୟକ, ସତ୍ୟସାଇ ସେବା ସଂଗଠନ ରାଜ୍ୟ ନ୍ୟଷ୍ଟି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ବରିଷ୍ଠ ଆଇନଜୀଵୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ପ୍ରଂଶସା କରିଛନ୍ତି।

Leave a Reply

Your email address will not be published. Required fields are marked *