5227b81d 743d 4712 A38a 2fb2d6df7ad0

ସ୍ମୃତିଚାରଣ ସଭାରେ ସ୍ବର୍ଗତ ପୀତାମ୍ବର ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟ
Share

କେନ୍ଦ୍ରାପଡା : ଗରଦପୁରବ୍ଲକ ଅନ୍ତର୍ଗତ ମନମଧୁପୁର (ଭାରିଗୋଳ) ଗ୍ରାମର ଲୋକପ୍ରିୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ପୀତାମ୍ବର ତ୍ରିପାଠୀଙ୍କର ଦ୍ବାଦଶାହ ଦିବସରେ ତାଙ୍କର ସ୍ମୃତିଚାରଣ ସହିତ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା | ଏହି ସ୍ମୃତିଚାରଣ ସଭାରେ ସଭାପତିତ୍ବ କରିଥିଲେ ମଦନମୋହନ ସାମଲ |

ପ୍ରାରମ୍ଭରେ ଇଂ. ବଂଶୀଧର ସାମଲ ଗୀତାପାଠ କରିଥିଲେ | ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ ପଣ୍ଡିତ ଜୟନ୍ତ କୁମାର ଶତପଥି |  ବକ୍ତାମାନେ  ସ୍ବର୍ଗତ ପୀତାମ୍ବର ତ୍ରିପାଠୀଙ୍କ ବ୍ୟକ୍ତିତ୍ବର ଉଚ୍ଚପ୍ରଶଂସା କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ସହିତ ସେ କିପରି ଜଡିତ ରହିଥିଲେ ତଥା ସେସବୁର ଉନ୍ନତି କଳ୍ପେ ସେ କିଭଳି ନିରନ୍ତର କାର୍ଯ୍ୟ କରୁଥିଲେ ସେ ବିଷୟରେ ନିଜର ସ୍ମୃତି ବଖାଣିଥିଲେ |

ବିଶେଷକରି ସ୍ବର୍ଗତ ତ୍ରିପାଠୀ କୁଦାନଗରୀସ୍ଥିତ ମାଆ ଦକ୍ଷିଣକାଳିକାଙ୍କ ମନ୍ଦିରର ଉନ୍ନତି ଲାଗି କରିଥିବା କାର୍ଯ୍ୟ ଅବିସ୍ମରଣୀୟ ବୋଲି ସମସ୍ତେ କହିବା ସହ ଭାବବିହ୍ବଳ  ହୋଇଥିଲେ | ଶେଷରେ ସ୍ବର୍ଗତ ତ୍ରିପାଠୀଙ୍କ ଲାଗି ୨ ମିନିଟ୍ ନୀରବ ପ୍ରାର୍ଥନ କରାଯାଇଥିଲା |

ଏହି ସ୍ମୃତିଚାରଣ ସଭାରେ ସନ୍ଥ ସ୍ବାମୀ ଗୀତାନନ୍ଦ,  ବିଶିଷ୍ଟ ସମାଜେସବୀ ଅଜୟକୁମାର ରାଉତ, ବଟକୃଷ୍ଣ ରାଉତ, ଗୁରୁଚରଣ ମିଶ୍ର, ଜ୍ଞାନରଞ୍ଜନ ପାତ୍ର, ଜ୍ଞାନବଲ୍ଲଭ ମହାନ୍ତି, ବାସୁଦେବ ଦାସ, ଭବାନୀପ୍ରସାଦ ପଣ୍ଡା, ହରିହର ତ୍ରିପାଠୀ, ପ୍ରଦୀପ୍ତ ମହାରଣା, ନଗେନ୍ଦ୍ରନାଥ ମହାପାତ୍ର, ବନବିହାରୀ ପାତ୍ର, ମାଧବାନନ୍ଦ ଦାସ, ସୁରେନ୍ଦ୍ରନାଥ ବାରିକ ପ୍ରମୁଖ ସ୍ବର୍ଗତ ପୀତାମ୍ବର ତ୍ରିପାଠୀଙ୍କୁ  ସ୍ମୃତିସୁମନ ଅର୍ପଣ କରିଥିଲେ | ସୂଚନାଯୋଗ୍ୟ ସ୍ବର୍ଗତ ପୀତାମ୍ବର ତ୍ରିପାଠି  ୮୫ ବର୍ଷ ବୟସରେ  ଗତ ମାସ ୨୯ ତାରିଖ ଦିନ ଇହଧାମ ପରିତ୍ୟାଗ କରିଥିଲେ |

Leave a Reply

Your email address will not be published. Required fields are marked *