Screenshot 2024 11 26 101834 750x430

ତାଲା ଭାଙ୍ଗି ୪ଟି ମନ୍ଦିରରୁ ସିରିଜ୍ ଲୁଟ୍

ରାଜ୍ୟ
Share

ଭଦ୍ରକ: ୨୮ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି ହୋଇଛି। ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇଦେଲେ ଚୋର। ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ମଙ୍ଗଳା ମାଆ, ଶିବ, ରାଧାକୃଷ୍ଣ ଓ ହନୁମାନ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ରୂପା ମୁକୁଟ ସହ ହାର ଓ ଅନ୍ୟ ଅଳଙ୍କାର ନେଇଯାଇଛନ୍ତି ଲୁଟେରା। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଶିବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ପିତଳ ବାସନ ଓ ଅନ୍ୟାନ୍ୟ ସାମଗ୍ରୀ, ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ରୂପାର ମୁକୁଟ, ରୂପାର ହାର ସହ ଅନ୍ୟାନ୍ୟ ଅଳଙ୍କାର ନେଇଯାଇଛନ୍ତି ଚୋର।

ଆଜି ସକାଳୁ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସିରିଜ୍ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *