ଝଙ୍କଡ : ସାମ୍ପ୍ରତିକ ସମାଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବହୁଳ ଭାବରେ ମୋବାଇଲ ବ୍ୟବହାର କରୁଥିବା ବେଳେ, ଆଧ୍ୟାତ୍ମିକ ଜୀବନରୁ ବହୁ ଦୁରକୁ ଚାଲିଯାଉଛନ୍ତି ଏବଂ ଭବିଷ୍ୟତ ଜୀଵନ କୁ ନର୍କଗାମୀ କରିବାକୁ ପଛାଉ ନାହାନ୍ତି । ତେଣୁ ବର୍ତ୍ତମାନ ର ଶିକ୍ଷାର୍ଥୀ କିପରି ଭାବରେ ଆଧ୍ୟାତ୍ମିକ ବାଦୀ ହୋଇ ପାରିବେ, ତାର ସଚେତନତା ପାଇଁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନସ୍ତ, କୋଷ୍ଟି ମଲ୍ଲିକାପୁର ପଞ୍ଚାୟତସ୍ଥ ଇଚ୍ଛାବିହାରୀ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀ, ଦୁଇ ବିଜ୍ଯାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ନେଇ ଏକ ଆଧ୍ୟାତ୍ମିକ ଆଲୋଚ଼ନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଧ୍ୟାତ୍ମିକ ଆଲୋଚନାଚକ୍ର ରେ ମୁଖ୍ୟ ବକ୍ତାଭାବରେ ସ୍ଵାମୀ ଶ୍ରୁତିସାଗର ସରସ୍ୱତୀ,
ଧର୍ମଜାଗରଣ, ଓଡିଶା ଯୋଗ ଦେଇଥିଲେ । ଜଣେ ଛାତ୍ର ପାଠ ପଢିବା ସହିତ ସର୍ବପ୍ରଥମେ ସମୟାନୁବର୍ତ୍ତିତା ହେବା ନିହାତି ଜରୁରୀ ବୋଲି ସ୍ୱାମୀଜୀ କହିଥିଲେ । ଅଧୁନା ପିଲାମାନେ ମୋବାଇଲଦେଖିବାରୁ ନିଜକୁ ବିଚ୍ୟୁତ ହେବା ସହିତ ଜୀଵନ ଗଠନ ପାଇଁ ଜ୍ଞାନ ଆହରଣ କରିବାକୁ ପଡିବ ବୋଲି ଧାରଣା ଦେଇଥିଲେ।ମେଧାବୀ ତଥା ଉତ୍ତମ ଛାତ୍ର ହେବା ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିବ । ସମାଜରେ ପ୍ରତିଷ୍ଠିତ ହୋଇ ଭବିଷ୍ୟତ ଜୀବନ ପଥକୁ ଆଗେଇ ନେବାକୁ ହେଲେ ଗୁରୁଜନଙ୍କର ଆଶୀର୍ବାଦ ନିତ୍ୟାନ୍ତ ଦରକାର । ଉକ୍ତ ବୈଠକର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସମୟରେ ପଣ୍ଡିତ ବାସବ କୁମାର ନନ୍ଦ ବେଦମନ୍ତ୍ର ପାଠ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ନନ୍ଦ ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ବିଦ୍ଯାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।
