B06fccee 30dd 4d9b 9c94 F95d85e5b5de

ଛତ୍ରମଠ ସରସ୍ୱତୀଶିଶୁ ମନ୍ଦିରରେ ମାତୃସମ୍ମିଳନୀ

ରାଜ୍ୟ
Share

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ସତ୍ୟନାରାୟଣ ପୀଠସ୍ଥଳିସ୍ଥିତ ସରସ୍ଵତୀ ଶିଶୁମନ୍ଦିର ପରିସରରେ ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମିକବାଦୀ ଧୁନଚନ୍ଦ୍ର ସେନାପତି ଙ୍କ ସଭାପତିତ୍ବରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ, ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ , ଯୁଗ୍ମସମ୍ପାଦକ ବିନୟ କୁମାର ପଣ୍ଡା ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ , ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ର ସଭାପତି ତଥା ପ୍ରଚଣ୍ଡ ପ୍ରଗଲଭ୍ ପ୍ରବକ୍ତା ପଣ୍ଡିତ ପ୍ରମୋଦ କୁମାର ପଣ୍ଡା , ମାତୃଶକ୍ତି ର ମହତ୍ତ୍ଵ, ବିଶେଷତ୍ଵ ଓ ମାହାତ୍ମ୍ୟ ଉପରେ, ବିଭିନ୍ନ ଶାସ୍ତ୍ର ପୁରାଣ ର ଉଦାହରଣ ଦେଇ ସାରଗର୍ଭକ ଭାଷଣ ପ୍ରଦାନ୍ କରି, ସମବେତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଉପସ୍ଥିତ ଗରୁ ଓ ଗୁରୁମା ମାନେ ମଧ୍ୟ ମାତୃଶକ୍ତି ର ଆରାଧନା, ଉପାସନା ଓ ପୂଜାର୍ଚ୍ଚନା ଦ୍ୱାରା, ସମସ୍ତ ପ୍ରକାରର ଅସାଧ୍ୟ ସାଧନ ହେବା ସହିତ ପ୍ରତ୍ୟେକ ବ୍ୟକ୍ତି ସଫଳତା ର ଶୀର୍ଷ ରେ ପହଞ୍ଚି ପାରିଥାଏ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ପରିଶେଷରେ ଗୁରୁ ଅଶୋକ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *