ଝଙ୍କଡ : ବିଶ୍ୱ ବ୍ୟାଙ୍କର ଆର୍ଥିକ ସହଯୋଗ ଓ ରାଜ୍ୟ ସରକାର ଜଳ ସମ୍ପଦ ବିଭାଗ, ମସ୍ଥ୍ୟ ଓ ପ୍ରାଣୀ ସମ୍ପଦ ତଥା ୱାର୍ଲଡଫିସ ସଂଗଠନ ର ବୈଷୟିକ ସହାୟତା ରେ ଓଡିଶା ରେ ୧୫ ଟି ଜିଲ୍ଲା ରେ ଜଳବାୟୁ ସହନଶୀଳ ଜଳକୃଷି ପ୍ରକଳ୍ପ କାର୍ଯ୍ୟ କାରି ହେଉଛି। ଚାଷୀ ଭଉଣୀ ଓ ଭାଇ ତଥା ଅଧିକାରୀ ଙ୍କର ଚାଷ ସମ୍ବନ୍ଧୀୟ କ୍ଷମତା ନିର୍ମାଣ ନିମନ୍ତେ ତିନିଦିନ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ବିଶ୍ୱାଳ ଏକଆଟେକ ଫାର୍ମ ରେ ମହୁରାଳି ମାଛ ଚାଷ ଓ ଯାଆଁଳ ଉପ୍ତାଦନ ଶୀର୍ଷକ ପ୍ରଶିକ୍ଷଣ ଶିବିର ସଫଳତା ର ସହିତ ଅନୁଷ୍ଠିତ ହେଇଯାଇଛି । ଉଦ୍ଘାଟିନୀ ଉତ୍ସବ ରେ ମଣ୍ଡଳ ଉପ ନିର୍ଦେଶକ ବବିତା ମହନ୍ତ, ଜିଲ୍ଲା ମଷ୍ୟ ଅଧିକାରୀ ସୁଶ୍ରୀ ରେଶମା ସିଂ ଯୋଗ ଦେଇଥିବା ବେଳେ ଉଦଯାପନୀ ସମାରୋହ ରେ ଯୁଗ୍ମ ନିର୍ଦ୍ଦେଶକ ଯୋଆକିମ ଲାକ୍ରା ଉପସ୍ଥିତ ରହି ଚାଷୀଭାଇ ଭଉଣୀ ମାନଙ୍କୁ ପ୍ରେରଣା ଦେଇଥିଲେ। ମାଛଚାଷ ର ପରାମର୍ଶ ଦାତା ରଶ୍ମି ରଞ୍ଜନ ଦାସ ମହୁରାଳି ମାଛ ର କୃତ୍ରିମ ପ୍ରଜନନ ବିଷୟରେ ବର୍ଣନା କରିବା ସହିତ ବିକ୍ରି ସମ୍ପର୍କରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ।ଏଇ ମହୁରାଳୀ ମାଛ ରେ ଅଧିକ ପରିମାଣ ରେ ପ୍ରୋଟିନ, ଅଣୁସାର, ଭିଟାମିନ -A, ଓମେଗା -3 ସ୍ନେହାମ୍ଳ ମିଳୁଥିବା ବେଳେ ମହୁରାଳୀ ମାଛ ରେ ଅଧିକ ପରିମାଣ ର କ୍ୟାଲସିଅମ, ଜିଙ୍କ,ଲୌହସାର ଓ ଭିଟାମିନ – ବି -12 ଓ ଆବଶ୍ୟକ ପର୍ଯ୍ୟପ୍ତ ପରିମାଣ ର ଅଣୁ ସାର ଥାଏ।ଜଳବାୟୁ ଅନୁକୂଳ ଓ ପୋଷଣ ସମ୍ବେଦନ ଶୀଳ ଆଭିମୁଖ୍ୟ କୁ ନେଇ ୱାର୍ଲଡଫିଶ ର ପ୍ରଚେଷ୍ଟା କୁ ବିଭିନ୍ନ ମହଲ ରୁ ପ୍ରଶଂସା ମିଳିଛି।
