Kandarpur Ps

କନ୍ଦରପୁର ଥାନା ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା : ପରକୀୟା ପ୍ରୀତିକୁ ନେଇ ସ୍ୱ।ମୀ କରିଛି ହତ୍ୟା ! ହତ୍ୟାକାରୀ ରାୟପୁରରୁ ଗିରଫ

ରାଜ୍ୟ
Share

କଟକ ସଦର :  କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ କୋଚିଲେଇ ନିକଟ କାଠଯୋଡି ନଦୀ ପଠାରେ ଗତ ୧୨ ତାରିଖ ମାଣବସା ଗୁରୁବାର ରାତିରେ ଜନୈକା ମହିଳା ଙ୍କୁ ନିର୍ମମ ଏଵଂ ବିଭତ୍ସ ଭାବରେ ହତ୍ୟାକରୀ ମରିଯିବା ପରେ ପକାଇଦେଇ ପଳାଇ ଯାଇଥିବା ହତ୍ୟାକାରୀ ସ୍ୱ।ମୀକୁ ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ (ରାଜ୍ୟ ବାହାର) ରାୟପୁରରୁ ଗିରଫ କରିଥିବା ଆଜି (ରବିବାର ଦିନ) ଜଣାପଡିଛି।

ମୃତକାଙ୍କ ହାତରେ ବାବା ବଳିଆ ଲେଖା ଥିବାରୁ ସିଏ ଧର୍ମଗୁରୁ ବାବା ବଳିଆ ଙ୍କ ଭକ୍ତ ବୋଲି ଜଣାପଡିଥିଲା ବେଳେ ସିଏ କେନ୍ଦ୍ରାପଡା ଜିଲ୍ଲାର ହୋଇପାରନ୍ତି ବୋଲି ପୋଲିସ ଅନୁମାନ କରିଥିଲା ।  ସେହିପରି ଘଟଣା ସ୍ଥଳରେ ପଡ଼ିଥିବା ହତ୍ୟାକାରୀ ପକେଟ୍ ରୁ ମିଳିଥିବା ନିଉ ଷ୍ଟାର ଟେଲର ରସିଦ୍ ରାଜ୍ୟ ବାହାର ବୋଲି ଜଣାପଡିଥିଲା। ଏହି ଦୁଇଟି ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇ ହତ୍ୟାକାରୀ ସ୍ୱ।ମୀ ପାଖରେ ରାୟପୁରରେ ପହଞ୍ଚି ତାକୁ ଗିରଫ କରିବାରେ ସଫଳ ହୋଇଛି।

ଅନୁମାନ ଅନୁଯାୟୀ ମୃତକକା ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳରେ ହୋଇଥିବା ଏଵଂ ପରକୀୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ଅସମର୍ଥିତ ଭାବେ ଜଣା ପଡିଛି। ହତ୍ୟାକାଣ୍ଡ ରେ ହତ୍ୟାକାରୀ ର ଭାଇ ଥିବା ମଧ୍ୟ ଜଣାପଡିଛି। ତେବେ ହତ୍ୟାକାରୀ ପହଞ୍ଚିବା ପରେ ହତ୍ୟାକାଣ୍ଡ ର ସବିଶେଷ ତଥ୍ୟ ଡିସିପି ଙ୍କ ଖବରଦାତା ସମ୍ମିଳନୀ ପରେ ଲୋକଲୋଚନକୁ ଆସିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *