Police 300x230

ମହିଳା ହତ୍ୟାକାଣ୍ଡର ଖୁଲାସା କଲେ ସିପି ଓ ଡିସିପି, ପରକୀୟା ପ୍ରୀତି ପାଇଁ ନୃଶଂସ ହତ୍ୟା, ହତ୍ୟାକାରୀ ସ୍ୱ।ମୀ ଦିଅର ସମେତ ତିନି ଗିରଫ

ରାଜ୍ୟ
Share

କଟକ ସଦର  :  କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ କୋଚିଲେଇ ନିକଟସ୍ଥ କାଠଯୋଡି ନଦୀ ପଠାରେ ଗତ ଗୁରୁବାର ମାଣବସା ରାତିରେ ଘଟିଥିବା ମହିଳାଙ୍କ ନୃଶଂସ ହତ୍ୟାକାଣ୍ଡର ଆଜି (ରବିବାର) ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାଶ କରିଛନ୍ତି କମିଶନର ଦେବଦତ୍ତ ସିଂ ଏଵଂ କଟକ ଡିସିପି ଜଗମୋହନ ମିନା।

ପରକୀୟା ପ୍ରୀତି ହତ୍ୟାକାଣ୍ଡ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦିଆଯାଇଥିବା ବେଳେ ମହିଳା ଙ୍କ ସ୍ୱ।ମୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଞ୍ଚଳର ବଳରାମ ଦେହୁରୀ ମୁଖ୍ୟ ହତ୍ୟାକାରୀ ବୋଲି କୁହାଯାଇଛି।

ଉକ୍ତ ହତ୍ୟାକାଣ୍ଡ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିବା ବେଳେ କେବଳ ଟେଲର ଦୋକାନର ଷ୍ଟିକର ଓ ମୃତକାଙ୍କ ହାତରେ ଲେଖା ଥିବା ବାବା ବଳିଆ କୁ ତଦନ୍ତ ପରିସରକୁ ନେଇ ହତ୍ୟାକାରୀ ପାଖରେ ପହଞ୍ଚିଥିବା ଜଣାପଡିଛି। ହତ୍ୟାକାରୀ ସ୍ୱ।ମୀ ବଳରାମ ଦେହୁରୀ ସହ ଅନ୍ୟ ଜଣେ ହାପି ଦେହୁରୀ କୁ ଗତକାଲି (ଶନିବାର) ମହାକାଳପଡା ରୁ ଗିରଫ କରାଯାଇଥିବା ବେଳେ ଆଜି (ରବିବାର) ମୃତକାଙ୍କ ଦିଅର ଜଗନ୍ନାଥ ଦେହୁରୀ କୁ ଟ୍ରେନରେ ଗୁଜରାଟ ଯିବା ବାଟରେ ରାୟଗଡ଼ ଠାରେ ପୋଲିସ ମାଡ଼ି ବସିଛି। ସମସ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *