ଝଙ୍କଡ : ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ବାଲିଘର ଫାଉଣ୍ଡେସନର ୩୫ ତମ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଝଙ୍କଡ ଶାରଳା ମନ୍ଦିରସ୍ଥିତ ସଭାଗୃହରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱ।ବଧାନରେ ଓ ସ୍ଥାୟୀ ସଭାପତି ଅଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ବାଲିଘର ସାହିତ୍ୟ ସମ୍ମାନ- ୨୦୨୫ ଡ଼ ହୃଷିକେଶ ମଲ୍ଲିକଙ୍କୁ ଦିଆଯିବା ପାଇଁ ସ୍ଥିର କରାଯାଇ ଥିଲା ବେଳେ,ବାଲିଘର କବିତା ସମ୍ମାନ ଡ଼ ରଞ୍ଜିତା ନାୟକ, ବାଲିଘର ପ୍ରବନ୍ଧ ସମ୍ମାନ ଡ଼ ବିଷ୍ଣୁପ୍ରିୟା ଓତା,ବାଲିଘର ଶିଶୁ ସାହିତ୍ୟ ସମ୍ମାନ ଡ଼ ଅରୁଣ କୁମାର ପଣ୍ଡା, ବାଲିଘର ଗଳ୍ପ ସମ୍ମାନ ଶକ୍ତି ପ୍ରଭା ମିଶ୍ର, ବାଲିଘର ଗୀତି କବିତା ସମ୍ମାନ ବିପିନ୍ ମହାନ୍ତି ଓ ବାଲିଘର ସମାଜସେବା ସମ୍ମାନ ପ୍ରସନ୍ନ କୁମାର ବେଉରାଙ୍କୁ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।
ସେହିପରି ସମ୍ମାନ ଜନକ ବାଲିଘର ସମ୍ବର୍ଧନା ପାଇବେ ଡ ସୁଧାକର ଦାସ, ଡ଼ ନିରୁପମା ମିଶ୍ର, ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ, ଫକୀର ସିଂହ ଓ ପ୍ରଫୁଲ୍ଲ କୁମାର ସାହୁ । ଏହି ଆୟୋଜିତ ବୈଠକରେ ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ଉପଦେଷ୍ଟା ଉମାକାନ୍ତ ନାୟକ,ଗାଳ୍ପିକ ପୂର୍ଣ୍ଣ ମିଶ୍ର,ପରୀକ୍ଷିତ ମହାନ୍ତି, ସମାଜସେବୀ ସୁରେଶ ଚନ୍ଦ୍ର ଯୋଗିଣିଆ,ଆକାଶବାଣୀ ଗୀତିକାର ଇନ୍ଦ୍ରମଣି ସାହୁ,ନାଟ୍ୟକାର ଗଣେଶ ମହାନ୍ତି, କବି ବଂଶୀଧର ବେହେରା, ଡ଼ ପ୍ରତାପ କୁମାର ମହାପାତ୍ର, କବି ବିଜୟ ଖଟେଇ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଶାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଓ ଗୌରାଙ୍ଗ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବାଲିଘର ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା !ଆସନ୍ତା ଫ୍ରେବୃଆରୀ ୧୬ ତାରିଖ ଦିନ ଏହି ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଥିଲେ ।ପରିଶେଷରେ ଅନୁଷ୍ଠାନର ସଂଗଠନ ସଂପାଦକ ଅମରଜ୍ୟୋତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।