1

ତ୍ରିଶୁଳିଆ-ବାଙ୍କୀ ରାସ୍ତାର ପଦ୍ମନାଭ ନଗର, ବାରଙ୍ଗଠାରେ  ହିନ୍ଦୁସ୍ତାନ ପେଟ୍ରୋଲିୟମର ତୈଳଟାଙ୍କି  ‘ବିନାୟକ ଫିଲିଂ ଷ୍ଟେସନ’ ଉଦ୍‌ଘାଟିତ

ରାଜ୍ୟ
Share

କଟକ ଜିଲ୍ଲା ତ୍ରିଶୁଳିଆ-ବାଙ୍କୀ ରାସ୍ତାର ପଦ୍ମନାଭ ନଗର, ବାରଙ୍ଗଠାରେ  ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ତୈଳଟାଙ୍କି  ‘ବିନାୟକ ଫିଲିଂ ଷ୍ଟେସନ’ ଉଦ୍‌ଘାଟିତ ହୋଇଯାଇଛି | ଏହି ତେଲଟାଙ୍କିକୁ ହିନ୍ଦୁସ୍ତାନ ପେଟ୍ରୋଲିୟମର ରିଜିଓନାଲ ମ୍ୟାନେଜର (ରିଟେଲ) ଫାଲ୍‌ଗୁନୀଚନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ | ସମ୍ମାନିତ ଅତିଥିଭାବେ କଟକର ସେଲ୍‌ସ ଅଫିସର ରିସଭ ସିଂ, ଇଂ. ଅମୀୟ ଅଭିଜିତ୍ ପଟ୍ଟନାୟକ, ପ୍ରକାଶ ସ୍ବାଇଁ ପ୍ରମୁଖ ଯୋଗଦାନ କରିଥିଲେ |

3

ସତ୍ତ୍ବାଧିକାରୀ ଚନ୍ଦ୍ରମଣି ରାଉତ (ମିଟୁ) ଅତିଥିମାନଙ୍କୁ ସ୍ବାଗତ କରିବା ସହ ପେଟ୍ରୋଲ ଟାଙ୍କିଟି ଜନସାଧାରଣଙ୍କ ବହୁଦିନର ଅଭାବ ପୂରଣ କରିପାରିବ ବୋଲି କହିଥିଲେ | ଏହି ଅବସରରେ ଏକ ବନ୍ଧୁମିଳନ ସହିତ ନୈଶଭୋଜିର ଆୟୋଜନ ହୋଇଥିଲା |

2

Leave a Reply

Your email address will not be published. Required fields are marked *