70afe11b 77d9 40bb 8860 947f1d9ef621

ଝଙ୍କଡ଼ ସାରଳାପୀଠରୁ ସରସ୍ୱତୀ ଶିଶୁମନ୍ଦିରରର ୨୭ତମ କ୍ରୀଡାଉତ୍ସବର ଜ୍ୟୋତି ଶୋଭାଯାତ୍ରା

ରାଜ୍ୟ
Share

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠରୁ ଗତ ୧୯ ତାରିଖ ଦିନ ପ୍ରତ୍ୟୁଷ ରୁ ତିର୍ତ୍ତୋଲ ସ୍ଥିତ ସରସ୍ଵତୀ ଶିଶୁମନ୍ଦିରର ଉନବିଂଶତମ ବାର୍ଷିକ କ୍ରୀଡାଉତ୍ସବ ଉପଲକ୍ଷେ ଏକ ଜ୍ୟୋତି ଶୋଭାଯାତ୍ରା ର ଶୁଭାରମ୍ଭ ହୋଇଥିଲା ।

ଏହି ଶୋଭାଯାତ୍ରା ପହଞ୍ଚିବା ପରେ, ବିଦ୍ୟାଳୟପରିସରରେ, ଆୟୋଜିତ ଉଦଘାଟନୀ ଉତ୍ସବରେ ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ, ପ୍ରଦୀପ ପ୍ରଜ୍ବଳନ କରିଥିଲା ବେଳେ, ପ୍ରଧାନଆଚାର୍ଯ୍ୟ ଅରୁଣକାନ୍ତ ସାମନ୍ତରାୟ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଗତ ୨୩ତାରିଖ ସୋମବାର ଦିନ ଏହି କ୍ରୀଡାଉତ୍ସବର ଉଦଯାପନୀ ଉତ୍ସବରେ,ପରିଚାଳନା ସମିତି ର ସଭାପତି ଡଃ ବିଷ୍ଣୁପ୍ରିୟା ଦାସ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ ରଞ୍ଜନ ସାମନ୍ତରାୟ ।  ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରମୋଦ କୁମାର ସାହୁ ଓ ହୃଷୀକେଶ ପରିଜା ପ୍ରମୁଖ ଯୋଗଦେଇ, କ୍ରୀଡା ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁଷ୍ପ୍ ଗୁଛ, ଉତ୍ତରୀୟ, ଶିଲ, ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରି, ଉତ୍ସାହିତ କରିଥଲେ।

କ୍ରୀଡାଶିକ୍ଷକ ଯୋଗଗୁରୁ ସ୍ମୁତି ରଞ୍ଜନ ରାୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ , ଦୌଡ, ଲଙ୍ଗ ଜମ୍ପ , ହାଇ ଜମ୍ପ୍ , ଚକଲେଟ୍, ରଙ୍ଗଖେଳ, ବେଙ୍ଗ ଡିଆଁ ଓ ମ୍ୟୁଜିକ୍ ଚେୟାର ଆଦି କ୍ରୀଡା ପ୍ରତିଯୋଗିତା ରେ ଶତାଧିକ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କାଳୀପ୍ରସନ୍ନ ଆଚାର୍ଯ୍ୟ , ଅଞ୍ଜନା ସାହୁ, ରୀନୁରାଣୀ ସାହୁ , ଭାରତୀ ସାମଲ , ଅନିତା ପରିଜା, ହୃୟନ୍ୟମୟୀ ସିଂହ , ଦୟାମୟୀ ନନ୍ଦ, ଶିକ୍ଷା ରାଉତରାୟ , ଅହଲ୍ୟା ବେହେରା, ଉର୍ମିଳା ଦାଶ ଓ ସଂଘମିତ୍ରା ନାୟକ ଙ୍କ ସମେତ ଗୁରୂମା ମଧୁସ୍ମିତା ଶର୍ମିଷ୍ଠା ଦାସ ବେବିନା ସାହୁ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବହୁ ସଂଖ୍ୟକ ଅଭିଭାବକ ମାନେ ମଧ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *