6b449ea8 4f1e 47cd 96cd 257b90772a4f

ସଅଁରା ୬୪ ଏବଂ ନାଲିବର ୬୮ ହାଇସ୍କୁଲ ବ୍ୟାଚର ହୀରକ ଜୟନ୍ତୀ ଉତ୍ସବ !!

ରାଜ୍ୟ
Share

ଜଗତସିଂହପୁର /ଝଙ୍କଡ଼ : ତା ୨୯/୧୨/୨୦୨୪ ରିଖ ରବିବାର ଦିନ  ଦୀର୍ଘ ୬୦ ବର୍ଷର ବ୍ୟବଧାନ ପରେ ଗତ ୨୯ ତାରିଖ ରବିବାର ଦିନ ଦିଲ୍ଲୀର ଇନକମ ଟ୍ୟାକ୍ସ କମିଶନର ରବିନାରାୟଣ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓ ବିଶିଷ୍ଠ ସାରସ୍ୱତ ସାଧକ ଅଲେଖ ଚରଣ ବେହେରାଙ୍କ ସଭାପତିତ୍ୱରେ ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସଅଁରା ୬୪ ଓ ନାଲିବର ୬୮ ବ୍ୟାଚର ଏକ ଅପୂର୍ବ ବନ୍ଧୁ ମିଳନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ହୀରକ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ ଙ୍କ ଆହ୍ୱାନକ୍ରମେ ଏହି ବନ୍ଧୁ ମିଳନ ଉତ୍ସବର ପ୍ରାରମ୍ଭରେ ସ୍ବର୍ଗତଃ ଶିକ୍ଷାଗୁରୁ ସୋମନାଥ ବିଶ୍ୱାଳ, ଅନାମ ଚରଣ ଦାସ, କରୁଣାକର ଦାଶ, ନିମାଇଁ ଲେଙ୍କା, ଓ ଜଟାଧାରୀ ସାହୁଙ୍କ ସମେତ ଦିବଂଗତ ସହପାଠୀ ଲୋକନାଥ ମଲ୍ଲ, ସୁବୋଧ କୁମାର ରଥ, ଧରଣୀଧର ବିଶ୍ୱାଳ, ସୁରେନ୍ଦ୍ର ନାଥ, ଓ ମିନାକ୍ଷୀ ପରିଡାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ପରେ ପରେ ସମସ୍ତ ସହପାଠୀ ମାନଙ୍କୁ ଶ୍ରୀମଦ ଭଗବତ ଗୀତା, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ସାରଦା ଚରଣ ଶତପଥୀ, କୃଷ୍ଣ ଚନ୍ଦ୍ର ଦାଶ, କ୍ଷେତ୍ରମୋହନ ସେଠୀ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ସଚଳା ପାଳ, ନିରଞ୍ଜନ ଦାଶ, ମହେଶ୍ୱର ବେହେରା, ନିରଞ୍ଜନ ନାୟକ,ଗଣେଶ୍ୱର ମଲ୍ଲ, ବ୍ରଜକିଶୋର ଦାଶ, ଦୁର୍ଯ୍ୟୋଧନ ବିଶ୍ୱାଳ, ବ୍ରଜବନ୍ଧୁ ସ୍ୱାଇଁ, ଅନିରୁଦ୍ଧ ଦାଶ, ସର୍ବେଶ୍ୱର ଖୁଣ୍ଟିଆ, କ୍ଷେତ୍ରବାସୀ ସାହୁ, ଓ ନାରାୟଣ ସେଠୀ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ୱ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରି ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହିତ ପରସ୍ପର ମଧ୍ୟରେ ଭାବବିନିମୟ କରିବା ସମୟରେ ଭାବବିହ୍ୱଳ ହୋଇଉଠିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *