ଜଗତସିଂହପୁର /ଝଙ୍କଡ଼: ମାଳିକା ପ୍ରସିଦ୍ଧ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ନାମରେ ଗଠିତ ହୋଇଥିବା ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀ ଅଚ୍ୟୁତ ସେନା ଓଡିଶା ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ସ୍ତରୀୟ ଏକ କାର୍ଯ୍ୟକାରିଣୀ ବୈଠକ ଏବଂ ୱେବ ସାଇଟ ର ଲୋକାର୍ପଣ ଉତ୍ସବ ଗତ ଶନିବାର ପୂର୍ବାହ୍ନ ରେ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖସ୍ଥ ଦୋଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବିନୟ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବରେ ଦାଶରଥି ଦାସ ମହାରାଜ,ସମ୍ମାନିତ ଅତିଥିଭାବେ ବଂଶୀଧର ଦାସ ମହାରାଜ ଓ ବରଣ୍ୟ ଅତିଥିଭାବେ ସ୍ୱାମୀ ଆନନ୍ଦ ରାଜ ମହାରାଜ, ବାଦଲ ମିଶ୍ର, ମହନ୍ତ ରାମ ଦାସ,ନୀଳାଚଳ ଦାସ, ଅଶୋକ କୁମାର ଦାସଜୀ, ଆଇନଜୀବି ସୁରେଶ ପଣ୍ଡା, ପ୍ରାଚୀ ବ୍ରଜବାବା,ଆଦିତ୍ୟା ନନ୍ଦାଚାର୍ଯ୍ୟ ମହାରାଜ ପ୍ରମୁଖ ଯୋଗଦେଇ ଅଚ୍ୟୁତ ଦର୍ଶନ ଉପରେ ତଥ୍ୟ ଭିତ୍ତିକ ଓ ଯୁଗୋପଯୋଗୀ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ରେ ସେନାର ସମ୍ପାଦକ ତଥା ପରିବେଶବିତ ପ୍ରମୋଦ କୁମାର ଦାଶ ଅଚ୍ୟୁତ ସେନାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ସୁଜାତା ଗୋସ୍ୱାମୀ, ଙ୍କ ସମେତ ଅଜୟ କୁମାର ପରିଡା, ପ୍ରଶାନ୍ତ ସିଂହ, ଦିଲ୍ଲୀପ ପୁଝାରୀ, ଉପେନ ବାବା, ଅର୍ଧେନ୍ଦୁ ଶେଖର ବିଶ୍ୱାଳ ଓ ଅଚ୍ୟୁତାନନ୍ଦ ମହାରଣା ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ମାଳିକା ବିଷୟରେ ଆମୂଳଚୁଳ ଆଲୋଚନା କରିଥିବା ବେଳେ ଶତାଧିକ ଅଚ୍ୟୁତ ସେନାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ ।