ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଯୋଗୁଁ ଅନେକ ଟ୍ରାନ୍ସଫରମର ଧୁ ଧୁ ହୋଇ ଜଳିଯାଇଥିଲା । ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଛି । ନିଆଁ ଯୋଗୁଁ ଆଖପାଖରେ ଥିବା ୧୫ଟି ଗାଁ ଅନ୍ଧାରରେ ରହିଛି । ଘଟଣାରେ କେହି ମୃତାହାତ ହୋଇନଥିବା ଖବର ମିଳିଛି । ନିଆଁ […]

ସଂପୂର୍ଣ୍ଣ ପଢନ୍ତୁ

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩ ରାକ୍ଷୀ  । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳ ଅବତରଣ ପରେ ଏହାକୁ ନେଇ ରାକ୍ଷୀ ପ୍ରସ୍ତୁତ ହୋଇଛି  । ଆଉ ଏହାକୁ  ପ୍ରସ୍ତୁତ କରିଛନ୍ତି ଜୟପୁରର ହସ୍ତଶିଳ୍ପୀ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦ୍ରାୟନ ଅଭିଯାନ ଭାରତକୁ ଗର୍ବିତ କରିଛି

ଫୋକସ ଓଡିଶା ମାସିକ ଆଲୋଚନା ଚକ୍ର ଭୁବନେଶ୍ୱର: ଚନ୍ଦ୍ରାୟନ ଅଭିଯାନ ଭାରତ ବର୍ଷକୁ ଗର୍ବିତ କରିବା ସହ ଅନ୍ତର୍ଜାତୀୟ କ୍ଷେତ୍ରରେ ରେ ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ଆମ ଦେଶ ଉଭା ହୋଇଛି ଯାହାର ଲାଭ ନିକଟ ଭଭିଷ୍ୟାତ ରେ ଆମ ପାଇବା ବୋଲି ବିଜ୍ଞାନ ବିଶାରଦ ପ୍ରଫେସର ମାୟାଧର ସ୍ୱାଇଁ ପ୍ରକାଶ କରିଛନ୍ତି l ରବିବାର ଦିନ ଭୁବନେଶ୍ୱରସ୍ଥ ବ୍ରହ୍ମାନନ୍ଦ ଆଶ୍ରମ ରେ ଅନୁଷ୍ଠିତ ଫୋକସ ଓଡିଶା ଫାଉଣ୍ଡେସନ ର ଚତୃର୍ଥ ମାସିକ ଆଲୋଚନା […]

ସଂପୂର୍ଣ୍ଣ ପଢନ୍ତୁ

ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

ଜଳେଶ୍ୱର: ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ଯୁ ବରଣ କରିଥିବା ବେଳେ ସ୍ବାମୀ ଜୀବନ ମରଣ ସହ ସଘଂର୍ଷ କରୁଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ କମର୍ଦ୍ଦା – ଚନ୍ଦନେଶ୍ବର ମୁଖ୍ଯ ରାସ୍ତର ଥାନା ଛକ ନିକଟରେ ଘଟିଛି […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦ୍ରପୃଷ୍ଠରେ ମାଟିର ତାପମାତ୍ରା ମାପିଲା ଚନ୍ଦ୍ରଯାନ-3

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା’ର ଅନୁସନ୍ଧାନ କରିଛି ଏହି ପେଲୋଡ୍। ଏନେଇ ଇସ୍ରୋ ଏକ୍ସ(ପୂର୍ବର ଟ୍ୱିଟର୍) ଯେଗେ ସୂଚନା ଦେଇ କହିଛି, “ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ହସ୍ପିଟାଲରେ ଆଉ ଦୁଇଟି ଟେଷ୍ଟିଂ ସେଣ୍ଟର ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରୁ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟର ଆରମ୍ଭ ହୋଇଛି। ମୁଁ […]

ସଂପୂର୍ଣ୍ଣ ପଢନ୍ତୁ

ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

ହାଇଦ୍ରାବାଦ୍‌: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ ହେଉଛି ଚାରି ପିଢିର ଦଳ (ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ), ବିଆରଏସ ହେଉଛି ୨ଜି ପାର୍ଟି, ଯାହାର ଅର୍ଥ ହେଉଛି ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ଫିରିଙ୍ଗିଆର ଦୁଇ ନିଲମ୍ବିତ ହୋମଗାର୍ଡ ଏବଂ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଭିଡିଓ ଭାଇରାଲ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନାହାକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କ ବିରୋଧରେ ଆଇପିସିର ଧାରା ୩୪୨, ୩୨୩ ଓ ୩୪; ଏନଡିପିଏସ ଆକ୍ଟର ଧାରା ୨୫,୨୮ ଓ ୨୯ ଏବଂ ପୋଲିସ ଆକ୍ଟର ଧାରା ୯ରେ ମାମଲା ରୁଜୁ […]

ସଂପୂର୍ଣ୍ଣ ପଢନ୍ତୁ

ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍‌ନାଲ୍‌ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି) ଭୁଲିଯାଉଛନ୍ତି ଯେ ଏହା (ଜି -୨୦) ଏକ ରୋଟେସ୍‌ନାଲ୍‌ ପଦ୍ଧତି। ଏହା ପ୍ରଧାନମନ୍ତ୍ରୀ ହେତୁ ସମ୍ଭବ ହୋଇନାହିଁ। ଯେକୌଣସି ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସେଠାରେ ଥାଆନ୍ତେ, ଭାରତ ଜି-୨୦ର ଅଧ୍ୟକ୍ଷତାର ସୁଯୋଗ ପାଇଥାନ୍ତା। ଯଦି […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ, ଆଗାମୀ ୩ ଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି। ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ