Cri

ବିଭିନ୍ନ ଥାନା ଅଞ୍ଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ରାଜ୍ୟ
Share

ଗଞ୍ଜାମ : ଆକ୍ସନ ମୋଡରେ ଗଞ୍ଜାମ ପୋଲିସ ।  ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ ।  ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ ।

ସେମାନଙ୍କ ନିକଟରୁ ୮ଟି ବନ୍ଧୁକ, ୨୩ଟି ମୋବାଇଲ, ୩୧ ଟି ଗୁଳି, ୧୨ଟି ଖୋଖା ଜବତ କରାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ଅନେକ ମାମଲା ରହିଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।  ଗଞ୍ଜାମ ପୋଲିର ଏହି ସ୍ୱତନ୍ତ୍ର ଡ୍ରାଇଭ ଆଗକୁ ଚାଲୁ ରହିବ ଏବଂ ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇଜି ।

ସୂଚନାଯୋଗ୍ୟ , କିଛି ଦିନ ପୂର୍ବରୁ ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଥିଲା ବଡ଼ ସଫଳତା ।  ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ।  ସେମାନଙ୍କ ଠାରୁ ୧୭ ଟି ବନ୍ଧୁକ, ୧୬ ଟି ମୋବାଇଲ ଫୋନ, ୬୬ ଟି ଗୁଳି ଏବଂ ୪ ଟି ଖୋକାକୁ ମଧ୍ୟ ପୋଲିସ ଜବତ କରିଥିଲା ।

Leave a Reply

Your email address will not be published. Required fields are marked *