Chilika

ଚିଲିକା ମଝିରେ ଅଟକିଲା ଲଞ୍ଚ: ଯାତ୍ରୀ ହଟହଟା

ରାଜ୍ୟ
Spread the love

କୃଷ୍ଣପ୍ରସାଦ:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ କୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଆବଶ୍ୟକତା ଠାରୁ ଲଞ୍ଚ ରେ ବହୁ ଯାତ୍ରୀ ଆସିଥିଲେ। ଲଞ୍ଚ ର ଉପର ଭିତର ଲୋକାରଣ୍ୟ ହୋଇଥିଲା। ବାଲୁଗାଁ କାର୍ଯ୍ୟାଳୟ ନିକଟ ରେ ୭ ଟି ଲଞ୍ଚ ଥିଲେ ମଧ୍ୟ ୨ଟି ଲଞ୍ଚ ରେ ଯାତ୍ରୀଙ୍କୁ ସେବା ନ ଦେଇ ବିପଦ ସଂକୁଳ ଭାବେ ଗୋଟିଏ ଲଞ୍ଚ ରେ ଯାତ୍ରୀଙ୍କୁ ଛାଡିଥିଲେ। ଯାହାଦ୍ୱାରା ଚିଲିକା ମଝିରେ ଲଞ୍ଚଟି ଅଟକି ଥିଲା। କର୍ମଚାରୀ ମାନେ କାର୍ଯ୍ୟାଳୟ ଶହ ଯୋଗାଯୋଗ କରିବା ପରେ ଆଉ ଏକ ଲଞ୍ଚ ଆସି ସେମାନଙ୍କୁ ଉଦ୍ଧlର କରି କୃଷ୍ଣପ୍ରସାଦ ଜେଟିକୁ ଆଣିଥିଲେ। ବାଲୁଗାଁ ଯିବାକୁ ଥିବା ଯାତ୍ରୀ ଙ୍କୁ ମଧ୍ୟ ସମାନ ଭାବେ ଯାତାୟତ କରିବାକୁ ପଡିଥିଲା। ଏହାପୂର୍ବରୁ ଗତ ମାସ ୨୩ ତାରିଖରେ ଏହିଭଳି କୃଷ୍ଣପ୍ରସାଦ ରୁ ବାଲୁଗାଁ ଯାତ୍ରୀ ନେଇ ଯାଉଥିବା ବେଳେ ମଝି ଚିଲିକା ରେ ଅଧ ଘଣ୍ଟାଏ ଅଟକିଥିଲା। ଜନସାଧାରଣ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଯେତେ ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଅନେକ ଲଞ୍ଚ ଥିବା ବେଳେ କୃଷ୍ଣପ୍ରସାଦ କୁ ଗୋଟିଏ ଲଞ୍ଚ ପଠାଉ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି। ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଜଣ ଆନ୍ଦୋଳନ ମୁଣ୍ଡ ଟେକିବା ନିଶ୍ଚିତ ହୋଇ ପଡିଛି।

Leave a Reply

Your email address will not be published. Required fields are marked *