Bjp 1730881096

ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ରାଜ୍ୟ
Share

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସୁନନ୍ଦା । ତେବେ ଅକ୍ଟୋବର ୨୯ ତାରିଖରେ ଦଳରେ ଅଣଦେଖା କାରଣ ଦର୍ଶାଇ ବିଜେଡି ଛାଡିଥିଲେ ସୁନନ୍ଦା ।

ତେବେ ଗତ ୫, ୬ ମାସ ହେବ ବିଜେଡିରେ ସେ ଅଣଦେଖା ହୋଇ ରହିଥିଲେ ବୋଲି ଅଭିଯୋଗ କରିଥିଲେ ସୁନନ୍ଦା । ଏଥିସହିତ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଥିଲେ । ଏହା ପରେ ଦଳର ଭିତିରି ଅନେକ ଅକୁହା କଥା ଲୋକଲୋଚନକୁ ଆଣିଥିଲେ । ଏଥିସହିତ ନବୀନ ବାବୁ ବୁଲିଥିଲେ ବିଜେଡିର ବିଜୟ ହୋଇଥାନ୍ତା ବୋଲି ଦାବି କରିଥିଲେ ।

ତେବେ କହିରଖୁଛୁ, ପୂର୍ବତ୍ନ ବରୀ ବିଧାୟିକ ସୁନନ୍ଦା ଦାସ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକ ହୋଇଆସିଥିଲେ। ହେଲେ ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବିଜେଡି ଟିକେଟ ଦେଇଥିଲା। ତେବେ ବିଶ୍ୱରଞ୍ଜନ ଏହି ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି। ହେଲେ ଦଳ ସୁନନ୍ଦାକୁ ଟିକେଟ ନଦେଇ କେବଳ ଆଶ୍ବସନା ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *