କଟକ ସଦର : ବିଶିଷ୍ଟ ସମାଜସେବୀ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ‘ଵିଷ୍ଣୁପ୍ରିୟା ସେବା ସମିତି’ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି | ବିଷ୍ଣୁପ୍ରିୟାଙ୍କ ବଡପୁଅ ବିକ୍ରମ ରାଉତ ଓ ସାନପୁଅ ବିଶ୍ବନାଥ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ସ୍ବାସ୍ଥ୍ୟ ଶିବିରରେ ଶତାଧିକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ |
କାର୍ଯ୍ୟକ୍ରମକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ମିଳିତଭାବେ ଉଦଘାଟନ କରିବା ସହିତ ବିଷ୍ଣୁପ୍ରିୟା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ବିଜେଡି ନେତା ପ୍ରଫୁଲ୍ଲ ସିଂହ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସରପଞ୍ଚ ଅଶୋକ ପାତ୍ର, ମିଲି ସେଠୀ, ସୋନାଲି ପ୍ରଧାନ, ବର୍ଷାରାଣୀ ରାଉତ, ରାକେଶ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଜନୀ ସାହୁ, ପୂର୍ବତନ ସରପଞ୍ଚ ବିନୋଦ ବେହେରା, ନିର୍ମଳ ଦାସ, ଜଗତସିଂହପୁର ବିଜେଡି ଉପସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ନୃସିଂହ କୁମାର ଦାସ , କଣ୍ଠଶିଳ୍ପୀ ଗଗନ ଜେନା ତଥା ନଗର ଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ସ୍ବର୍ଗତା ବିଷ୍ଣୁପ୍ରିୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
ଏହି ଶିବରରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ଶତାଧିକ ଲୋକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ଓ ଚଷମା ନେଇଥିଲେ |