Odisha Exam 750x422

ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ

ରାଜ୍ୟ
Share

ଫେବୃଆରୀ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ସୂଚନା ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ଯୁକ୍ତଦୁଇ ଛାତ୍ରଛାତ୍ରୀ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ । ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ୧୮ ତାରିଖରେ ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୧ ହଜାର ୮ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୨ ଦିନ ଧରି ଚାଲିବ ପରୀକ୍ଷା।

୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ଅଛି । ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ, ମାର୍ଚ୍ଚ ୧୦ରେ ଅଲ୍‌ ଅଦର ଏମ୍‌ଆଇଏଲ୍‌ସ, ୧୭ରେ ଗଣିତ, ମାର୍ଚ୍ଚ୨୧ରେ କଂପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା ଅଛି । ଚଳିତବର୍ଷ ପ୍ରଥମ ଥର ନନ ପ୍ରାକ୍ଟିକାଲ ବିଷୟ ପାଇଁ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ରଖାଯାଇଛି ।  ବିଭିନ ଯୁକ୍ତ ଦୁଇ ସ୍କୁଲ ଅନଲାଇନରେ ପିଲାଙ୍କ ମାର୍କ ସିଏଚଏସଇ କୁ ପଠାଇବେ।

୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଥିବା ବେଳେ ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୨୫ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ପରୀକ୍ଷା ହେବ। ମାର୍ଚ୍ଚ ୪ରେ କଳା ପିଲାଙ୍କର ଇତିହାସ ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ପରୀକ୍ଷା ହେବ। ମାର୍ଚ୍ଚ ୮ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ରାଜନୀତି ବିଜ୍ଞାନ ପରୀକ୍ଷା ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ମ୍ୟାଥ୍‌ମେଟିକ୍ସ ଓ ଷ୍ଟାଟିଷ୍ଟିକ୍ସ ପରୀକ୍ଷା ହେବ ।

ନନ ପ୍ରାକଟିକାଲ ପରୀକ୍ଷା ୮୦ ମାର୍କ ର କରାଯିବ। ସିବିଏସଇ ପାଟର୍ନ ପରି ଏମସିକ୍ୟୁ ବା ଅବଜେକ୍ଟିଭ ପ୍ରଶ୍ନ କୁ ଗୁରୁତ୍ୱ ଦିଆଯାଇଛି। ୩୦ ପ୍ରତିଶତ ପ୍ରଶ୍ନ ଓ ଅବଜେକ୍ଟିଭ ରହୁଛି। ୧୦ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କ ଅଲ୍‌ ଅଦର ଏମ୍‌ଆଇଏଲ୍‌ (ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ବା ଅଲ୍‌ଟରନେଟିଭ୍ ଇଂରାଜୀ) ପରୀକ୍ଷା ହେବ। ୧୭ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା ଥିବା ବେଳେ ୧୯ ତାରିଖରେ ଭୂଗୋଳ, ୨୦ରେ ଅର୍ଥନୀତି, ୨୨ରେ ସାଇକୋଲୋଜି ଓ ଏଜୁକେସନ ପରୀକ୍ଷା ଅଛି। ୨୪ ତାରିଖରେ କଳା ପିଲାଙ୍କର ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ଓ ୨୭ରେ ଲଜିକ୍‌ ପରୀକ୍ଷା ଅଛି ।

୧୧୬୦ଟି ପରୀକ୍ଷା କେନ୍ଦ୍ର ରହିଛି।ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ୧୧୦ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରହିଛି ।  ପରୀକ୍ଷା ପରିଚାଳନା ସୁଚାର ରୂପରେ କରିବା ପାଇଁ ସିସିଟିଭି ଲଗାଯାଇଛି ।  ପ୍ରତି କେନ୍ଦ୍ରରେ ସିସିଟିଭି ରହିଛି ।  ଚଳିତବର୍ଷ ୫ ଶହ ସେଣ୍ଟରକୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଇଛି ।  ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *