6abb68ae D853 4d17 Ae79 24f575474c4f

ମା ବରୁଣେଇଙ୍କ ଭବ୍ୟ ଦିବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ

ରାଜ୍ୟ
Share

ଜଗତସିଂହପୁର :  ବାଲିକୁଦା ବ୍ଲକ ଅନ୍ତର୍ଗତ , ଅରିଲୋ ପଞ୍ଚାୟତ ର ସଦେଇପୂର୍ , ଅମଣିଆପାଟଣା ଗ୍ରାମର ବହୁପୁରାତନ ମା ବରୁଣେଇ ଠାକୁରାଣୀ ଙ୍କ ଜରାଜୀର୍ଣ୍ଣ ମନ୍ଦିରର ପୁନଃ ନିର୍ମାଣ କରାଯାଇ ଏକ ଭବ୍ୟ ଦିବ୍ୟ ମନ୍ଦିର ନିର୍ମାଣ କରାଯିବା ପରେ ଗତ ୬ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠାମହୋତ୍ସବ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରୀରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମ ଦିନ ଅଙ୍କୁରାରୋପଣ ପରେ ଝଙ୍କଡ଼ ସାରଳା ପୀଠ ରୁ ଆସିଥିବା ସାରଳାଘଟନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ମହିଷମର୍ଦ୍ଦିନି ନୃତ୍ୟ, ଘଟନୃତ୍ୟ, କାଲିକାତାଣ୍ଡବ ଓ ରଣପା ନୃତ୍ୟ ପରିବେଷଣ କରାଯାଉଥିଲା। ୨ ୟ ଦିନ କଳଶଶୋଭାଯାତ୍ରା , ଘଟସ୍ଥାପନ, ଅଗ୍ନି ସ୍ଥାପନ ପରେ ଶ୍ରୀ ଜଗନ୍ନାଥ ଙ୍କ ମହିମା ପ୍ରଚାରକ ବାବାଜୀ ଦିବାକର ଦାସ ମହାରାଜ ଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ ଓ ୩ ୟ ଦିବସରେ ପଞ୍ଚଦେବତା ଓ ଗୀତା ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା। ପରେ ପରେ ପ୍ରାର୍ଥନା ଚ୍ୟାନେଲ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ଭକ୍ତି ସଙ୍ଗୀତ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା। ଉଦଯାପନୀ ଉତ୍ସବରେ ସପ୍ତଶତୀ ଚଣ୍ଡୀ ମନ୍ତ୍ରରେ ଆହୂତି ପ୍ରଦାନ କରାଯାଇ ପୂର୍ଣ୍ଣାହୁତି ଦିଆ ଯାଇଥିଲା। ଏହି ଅବସରରେ କେତେକ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ଦକ୍ଷତା ଓ ପାରଦର୍ଷିତା ପାଇଁ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

1ac455cc 9716 4b7b 8e95 12269d2daf97

ଶ୍ରୀମା ଶ୍ରୀ ଅରବିନ୍ଦ ଯୁବକ ସଂଘ ର ସଭାପତି ତଥା ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବାରିକ ସମ୍ପାଦକ ମାନସ କୁମାର ସାହୁ ଙ୍କ ସହିତ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ପଣ୍ତିତ ରଶ୍ମୀ ରଞ୍ଜନ ମିଶ୍ର, କ୍ଷେତ୍ରମୋହନ ନନ୍ଦ, ରଶ୍ମୀ ରଞ୍ଜନ ରଥ , ରାକେଶ ଦାଶ ଓ ପଣ୍ତିତ ପ୍ରଭାତ କୁମାର ନନ୍ଦ ଯଜ୍ଞଉତ୍ସବ ର ଦାୟିତ୍ଵ ନିର୍ବାହ କରିଥିବା ବେଳେ ବସନ୍ତ କୁମାର ସାହୁ ଓ ମୀନl ସାହୁ କର୍ତ୍ତା କର୍ତ୍ତ୍ରି ଭାବରେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ଏହି ମନ୍ଦିରପ୍ରତିଷ୍ଠା ମହୋତ୍ସବ ରେ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଯୋଗଦେଇ ମା ବରୁଣେଇ ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହିତ ମାତୃକୃପା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *