ରାଜ୍ୟ ଖବର

ମା’ କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରାଘାତ: ଭାଙ୍ଗିଲା ନିର୍ମାଣାଧୀନ ଦଧିନଉତି 

କଟକ: ରବିବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରଚଣ୍ଡ ଘଡ଼ଘଡ଼ି ସହ ବଜ୍ରାଘାତ ଯୋଗୁଁ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବଜ୍ରାଘାତ ଫଳରେ ମନ୍ଦିରର ଦଧିନଉତି ଉପରେ ବିଜୁଳି ପଡ଼ିବାରୁ ଏହାର କିଛି ଅଂଶ ଭାଙ୍ଗି ଯାଇଛି। ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ଜୋରରେ ଘଡ଼ଘଡ଼ି ମାରିଥିଲା। ଏହି ସମୟରେ ମନ୍ଦିରର ନିର୍ମାଣାଧୀନ ଉପର ଭାଗ ବା ଦଧିନଉତି ଉପରେ […]

ଦେଶବିଦେଶ

ଚଳିତ ଶିକ୍ଷାବର୍ଷରୁ ବୈଷୟିକ ଓ ମେଡିକାଲ ପାଠପଢ଼ାରେ ଏସସି-ଏସଟିଙ୍କୁ ଦ୍ୱିଗୁଣ ଓ ଏସଇବିସିଙ୍କୁ ମିଳିବ ୧୧.୨୫% ସଂରକ୍ଷଣ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ଦୀର୍ଘବର୍ଷର ତର୍କବିତର୍କ ଓ ଛକାପଞ୍ଝା ପରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବୃତ୍ତିଗତ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ଦ୍ଧିତ ସଂରକ୍ଷଣ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପ୍ରଥମଥର ପାଇଁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସୁବିଧା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣ ହାର ମଧ୍ୟ ବୃଦ୍ଧି ପାଇଛି। ଆଜି(ଜୁନ୍ ୨) ବିଧିବଦ୍ଧ ଭାବେ ଅନୁସୂଚିତ ଜାତି,ଜନଜାତି ଓ […]