କେରଳରେ ୩ ଆସନ ଜିତିଲା ବିଜେପି

ଦେଶବିଦେଶ
Spread the love

କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ  ୟୁଡିଏଫ  କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ।କେରଳମରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ କ୍ଲିନ୍ ସୁଇପ୍ କରିବାକୁ ଯାଉଥିବା ବେଳେ ୩ଟି ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ସେ ନେମୋମ ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ୫୭ ହଜାର ୧୯୨ ଖଣ୍ଡ ଭୋଟ୍ ମିଳିଛି।

ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ (ଏମ୍‌)ର ଭି ଶିବନକୁଟ୍ଟୀଙ୍କୁ ୪ ହଜାର ୯୭୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଶିବନକୁଟ୍ଟୀ ୫୨ ହଜାର ୨୧୪ ଖଣ୍ଡ ଭୋଟ୍ ପାଇଛନ୍ତି।ଅନ୍ୟପକ୍ଷରେ ଏହି ଆସନରେ ପ୍ରାର୍ଥୀ ହୋଇଥିବର କଂଗ୍ରେସର ଯୁବନେତା ଏଡିଭି କେଏସ ସବରୀନାଧନଙ୍କୁ ୨୯ ହଜାର ୭୩୦ ଖଣ୍ଡ ଭୋଟ୍ ମିଳିଛି। କଝାକ୍କୁଟ୍ଟମ ଆସନରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି ମୂରଲୀଧରନ ବିଜୟୀ ହୋଇଛନ୍ତି। ସେ ୪୬ ହଜାର ୫୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ର ୪୨୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ (ଏମ୍‌)ର କେ. ସୁରେନ୍ଦ୍ରନ ୪୬ ହଜାର ୧୩୬ ଖଣ୍ଡ ଭୋଟ୍ ପାଇଛନ୍ତି।ସେହିପରି ଚାତନ୍ନୁରରେ ବିଜେପି ପ୍ରାର୍ଥୀ ବି.ବି ଗୋପକୁମାର ବିଜୟୀ ହୋଇଛନ୍ତି। ସେ ୫୧ ହଜାର ୯୨୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪,୩୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ଏଡିଭି ଆର.ଆର ରାଜେନ୍ଦ୍ରନ ୪୭ ହଜାର ୫୨୫ ଖଣ୍ଡ ଭୋଟ୍ ମିଳିଛି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ୟୁଡିଏଫ ଏବେ ପ୍ରାୟ ୯୫ ରୁ ୧୦୨ ଆସନରେ ଆଗୁଆ ରହି ବହୁମତ ସଂଖ୍ୟାକୁ ସହଜରେ ଅତିକ୍ରମ କରିଛି । ଅନ୍ୟପଟେ ଶାସକ ବାମପନ୍ଥୀ ଗୋଷ୍ଠୀ  ମାତ୍ର ୩୬-୪୨ ଆସନ ମଧ୍ୟରେ ସୀମିତ ରହିଛି । ୟୁଡିଏଫ ର ଏହି ବିପୁଳ ବିଜୟ ପଛର ୫ଟି ପ୍ରମୁଖ କାରଣ ରହିଛି।

Leave a Reply

Your email address will not be published. Required fields are marked *