ଝଙ୍କଡ଼ : ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାର ଦିନ ପୂର୍ବାହ୍ନ ରେ ସମିତିର ସଭାପତି ଅଜୟ କୁମାର ଙ୍କ କରକମଳ ରେ ମୁଗମୁଣ୍ଡି ର ଉଦଘାଟନ ଅନୁଷ୍ଠିତ ହୋଇଯାଇଛି l ବିଗତବର୍ଷ ତିନିଶହ ଷୋଳ ଜଣ ଚାଷୀଙ୍କ ଠାରୁ ପଚିଶଶହ କୁଇଣ୍ଟାଲ ମୁଗ ସଂଗ୍ରହ କରାଯାଇଥିବାବେଳେ, ଚଳିତବର୍ଷ ତିନିହଜାର କୁଇଣ୍ଟାଲରୁ ଉର୍ଦ୍ଧ ମୁଗ ସଂଗ୍ରହ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛିବୋଲି ସମ୍ପାଦକ ପରମାନନ୍ଦ ଦାସ ସୂଚନା ପ୍ରଦାନ କରିଛନ୍ତି l ପଣ୍ଡିତ ଚିନ୍ତାମଣି ଦାଶ କଣ୍ଟାପୂଜା କରିବାପରେ ଚାଷୀମାନଙ୍କ ମୁଗଓଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ଉଦଘାଟନଉତ୍ସବ ରେ ତିର୍ତ୍ତୋଲ କଟକ ସେଣ୍ଟ୍ରାଲ କପାରେଟିଭ ଶାଖା ବ୍ୟାଙ୍କର ପରିଚାଳକ ଶୁଶୋଭନ ନାୟକ, ଏରିଆ ମ୍ୟାନେଜର ତଥା ସି ଏସ ଏମ ଏଫ ଧୀରେନ୍ଦ୍ର କୁମାର ବାରିକ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇଥିବା ବେଳେ ସହକାରୀ ରାଜେଶ ରଞ୍ଜନ ସାହୁ ସମ୍ମାନିତ ଅତିଥିଭାବେ ଅଂଶଗ୍ରହଣ କରିଥିଲେ l
ସମିତିର ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ ଙ୍କ ସମେତ ନିର୍ଦ୍ଦେଶକବୋର୍ଡ ର ସଦସ୍ୟ ଅକ୍ଷୟ କାଣ୍ଡି, ଶୁଭେନ୍ଦ୍ର ଖୁଣ୍ଟିଆ, ମନୋଜ ଦାସ, ଦୁର୍ଗାଦତ୍ତ ମହାନ୍ତି, ଜୟନ୍ତୀ ନାୟକ, ବିଭୁଦତ୍ତ ମହାନ୍ତି, ଏସ କେ ସାୟୀଦ ରସୁଲ, ବାଦଲ ରାଉତ, ନିରଞ୍ଜନ ରାଉଳ ଓ ପ୍ରଭାତ ରାଉଳ ପ୍ରମ୍ମୁଖ ଉପସ୍ଥିତ ଥିଲେ l ଧୀରେନ୍ଦ୍ର କୁମାର ସାହୁ, ପ୍ରିତମ ମହାନ୍ତି, ଅଶୋକ ସାହୁ, ଅମ୍ବିକା ପ୍ରସାଦ ଲେଙ୍କା, ସର୍ବେଶ୍ୱର ଭଟ୍ଟ, ବିକ୍ରମ ରାଉତ, ସୁରେଶ ଚନ୍ଦ୍ର ଦାସ, ପର୍ଶୁରାମ ଭଟ୍ଟ ଓ କ୍ଷୀରୋଦ ସେଠୀ ପ୍ରମ୍ମୁଖ ଚାଷୀଭାଇ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ତେବେ ଏହି ସମସ୍ତକାର୍ଯ୍ୟକ୍ରମ କୁ ଡି ଓ ଚିରଞ୍ଜିବି ରାଉଳ ଓ ଲେଜର କ୍ଲର୍କ ଶୁଭକାନ୍ତ ବେହେରା ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟସହଯୋଗ କରିଥିଲେ l ପରିଶେଷରେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
