ମାହାଙ୍ଗା : ୨୦୨୩ ମସିହାରୁ ପାର୍ଲିଆମେଣ୍ଟ ରେ ଗୃହୀତ ୩୩ ଶତାଂଶ ମହିଳା ସଂରକ୍ଷଣ ବିଲକୁ ଅଦ୍ୟାବଧି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ଏବଂ ଏହି ଆଇନ କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଗତ ୨୪ ତାରିଖ ରବିବାର ସନ୍ଧ୍ୟା ସମୟରେ ମାହାଙ୍ଗା କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରଯୁକ୍ତ ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଓ ମାହାଙ୍ଗା ବ୍ଲକ କଂଗ୍ରେସ୍ କମିଟି ସଭାପତି ଆଇନଜୀବୀ ଦୀପକ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏବଂ କଟକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଦସ୍ୟ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଆଦ୍ୟିତ୍ୟିୟ କଂଗ୍ରେସ୍ ନେତା ସେକ୍ ମସୁଦ୍ ଅଲ୍ଲିଙ୍କ ନେତୃତ୍ଵରେ ଏହି ବିଶାଳ ମଶାଲ ଶୋଭାଯାତ୍ରା କୋଠପଦା ରଘୁନାଥଜୀଉ ଙ୍କ ପୀଠରୁ ବାହାରି ସ୍ଥାନୀୟ ବଜାର ଓ ଗ୍ରାମଗୁଡିକ ପରିକ୍ରମା କରି କଲ୍ୟାଣପୁର ଗାନ୍ଧି ଛକ ନିକଟରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ମହିଳା କର୍ମୀ, ୨୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ୍ ନେତୃମଣ୍ଡଳୀଙ୍କ ସମେତ ଅନେକ କଂଗ୍ରେସ କର୍ମୀମାନେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରଯୁକ୍ତ ପ୍ରଦୀପ୍ତ କୁମାର ଦାସ ଯୋଗଦେଇ ରାଜ୍ୟରେ ବର୍ତ୍ତମାନ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ପ୍ରକାଶ କରିବା ସହ ସ୍ଥାଣୁ ଓ ଅପାରଗ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ଲଢେ଼ଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ। ମହିଳାଙ୍କ ବିରୋଧରେ ହେଉଥିବା ହିଂସା , ଅନ୍ୟାୟ, ଦୁର୍ନୀତି ବିରୋଧରେ ଅମର ନେତା ଭକ୍ତ ଦାସ ଯେଉଁ ଲଢେଇ କରୁଛନ୍ତି ଆମେ ମଧ୍ୟ ଏହି ଲଢେଇରେ ଜଣେ ଜଣେ ସୈନିକ ଓ ମାହାଙ୍ଗାରେ ହେଉଥିବା ଏହି ମଶାଲ ଶୋଭାଯାତ୍ରା ଏକ ନମୁନା ମାତ୍ର ବୋଲି ସେ ପ୍ରକାଶ କରିଥିଲେ।
କଟକ ଜିଲ୍ଲା ରେ ଆଜି ସୁଦ୍ଧା ୭ ଟି ବ୍ଲକ ରେ ଏହି ମଶାଲ ଶୋଭାଯାତ୍ରା ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ମାସ ୩୦ ତାରିଖ ସୁଦ୍ଧା ଅନ୍ୟ ବ୍ଲକ ଗୁଡିକରେ ମଶାଲ ଶୋଭାଯାତ୍ରା ସରିଯିବାର ସ୍ଥିର ହୋଇଥିବା ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।
ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରୀତିଛନ୍ଦା କୈବଲ୍ୟ ନାୟକ ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ବିଶେଷ କରି ମହିଳା ମାନଙ୍କୁ ଡବଲ ଧୋକା ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାହାଙ୍ଗା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବାନମ୍ବର ଚାନ୍ଦ, କଟକ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁକାନ୍ତ ନନ୍ଦ ଓ ସୌକତ୍ ଅଲ୍ଲୀ , ସମ୍ପାଦକ ମାନସ ଦାସ , ଅରୁଣ ନାଥ, ରଞ୍ଜନ ପ୍ରଧାନ , ବ୍ଲକ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସଂଗ୍ରାମ ସାମଲ, ପଣ୍ଡିତ ପ୍ରଭାତ କର, ସୁଶିଳ ପଣ୍ଡା , ନଳିନୀକାନ୍ତ ନାୟକ, ସୁକାନ୍ତି ପ୍ରଧାନ, ଅନୁପମା ରାଉତ, ଶକୁନ୍ତଳା ରାଉତ, ରିତାଞ୍ଜଳି ବେହେରା, ଉର୍ମିଳା ପ୍ରଧାନ, ଅନିମା ବେହେରା, ପୁଷ୍ପିତ ସେଠୀ, ଶୈଳବାଳା ରାଉତ, ଝୁଣା ସେଠୀ,
କ୍ଷୀରୋଦ ସାହୁ, ଗଣେଶ୍ୱର ସ୍ୱାଇଁ , ଦୀପକ ନାୟକ, ଭ୍ରମରବର ଦାସ, ଆକାଶ ପ୍ରଧାନ, ବିପିନ ସ୍ୱାଇଁ, ଅମୂଲ୍ୟ ନାୟକ, ବୀରବର ସ୍ୱାଇଁ, ନରହରି ଦାସ, ପୁର୍ବତନ ସରପଞ୍ଚ ପ୍ରଦୀପ୍ତ ସାମଲ, ଅଞ୍ଜନ ନାୟକ, ସେକ୍ ଯାବିର, ଭାରତୀ ନାୟକ , ସରସ୍ଵତୀ ବେହେରା, ଲକ୍ଷ୍ମୀପ୍ରିୟା ଜେନା, ପ୍ରିୟଙ୍କା ପୀୟଦର୍ଶନି ରାଉତ ପ୍ରମୁଖ ଶତାଧିକ ମହିଳା କଂଗ୍ରେସ କର୍ମୀ ଏହି ମଶାଲ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।
