Rahul

ଉତ୍ତର ପତ୍ର ଯାଞ୍ଚ୍ ପାଇଁ ସିବିଏସ୍‌ଇ ଟଙ୍କା ନେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାହୁଲ ଗାନ୍ଧୀ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଉତ୍ତର ପତ୍ର ଯାଞ୍ଚ୍ ପାଇଁ ସିବିଏସ୍‌ଇ ଟଙ୍କା ନେଉଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ପ୍ରସଙ୍ଗରେ ‌ସେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ନିଜର ଅସନ୍ତୋଷ ପ୍ରକାଶ କରି ସିବିଏସ୍‌ଇକୁ ପକେଟମାର କହିବା ସହିତ ଏହାକୁ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଫୋନ୍ ମାଧ୍ୟମରେ ସ୍କାନିଂ କରାଯାଉଛି ଭୁଲ୍ ମାର୍କିଂ ହୋଇଥିବା ଚିଶ୍ଚିତ। ଏହାକୁ ସଂଶୋଧନ କରିବା ପାଇଁ ଛାତ୍ରଛାତ୍ରୀ ମୂଲ୍ୟ ଦେଉଛନ୍ତି। ଏଭଳି ପକେଟମାରଙ୍କଠାରୁ ସାବଧାନ ରୁହ, ସେମାନେ ସିବିଏସ୍‌ଇ ଭିତରେ ବସିଛନ୍ତି। ସିବିଏସ୍‌ଇ ଭୁଲ୍ ଯୋଗୁଁ ଭୁଲ୍ ମାର୍କ ମିଳିଛି ଏପରିସ୍ଥଳେ ପିଲା କ’ଣ ପାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଡିଜିଟାଲ୍ ସ୍କାନ କପିରେ ପ୍ରତି ବିଷୟ ପାଇଁ ୧୦୦ ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ମାର୍କ ମିଶାଇବା ପାଇଁ ପ୍ରତି ପେପର ପିଛା ୧୦୦ ଟଙ୍କା ଖର୍ଚ୍ଚ ହେଉଛି। ପୁନଃମୂଲ୍ୟାୟନ ପାଇଁ ପ୍ରତି ପ୍ରଶ୍ନ ପାଇଁ ୨୫ ଟଙ୍କା ଖର୍ଚ୍ଚ ହେଉଛି।
ଜଣେ ପିଲାକୁ ନିଜର ଉତ୍ତର ପତ୍ର ସଠିକ୍ ଭାବରେ ଯାଞ୍ଚ୍ କରିବା ପାଇଁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି। କଳ୍ପନା କରନ୍ତୁ, ଯେତେବେଳେ ୪ ଲକ୍ଷ ପିଲା ଏପରି କାମ ପାଇଁ ଆବେଦନ କରିଛନ୍ତି, ସେତେବେଳେ ସିବିଏସ୍‌ଇ କେତେ ରୋଜଗାର କରୁଛି। ଦଣ୍ଡ ଭୋଗୁଛନ୍ତି ପିଲା। ରୋଜଗାର କରୁଛନ୍ତି ସରକାର। ରାହୁଲ ଗାନ୍ଧୀ କହିଥିଲେ ଯେ ଯେତେବେଳେ ଶିକ୍ଷାକୁ ସେବା ନୁହେଁ ବରଂ ବ୍ୟବସାୟରେ ପରିଣତ କରାଯାଇଛି। ପିଲାମାନେ ଏହାର ସବୁଠାରୁ ବଡ଼ ମୂଲ୍ୟ ଦେଉଛନ୍ତି । ସେମାନଙ୍କର ସମୟ, ସେମାନଙ୍କର ଆତ୍ମବିଶ୍ୱାସ ଏବଂ ସେମାନଙ୍କର ଭବିଷ୍ୟତ ସବୁ ନଷ୍ଟ ହେଉଛି।
ପ୍ରଧାନମନ୍ତ୍ରୀଙ୍କ ପାଖରେ ଆମ୍ବ ବିଷୟରେ କଥା ହେବା ପାଇଁ ସମୟ ଅଛି। ୧୮.୫ ଲକ୍ଷ ପିଲାଙ୍କ ବିଷୟରେ କଥା ହେବା ପାଇଁ ସମୟ ନାହିଁ ବୋଲି କହି ରାହୁଲ କଡ଼ା ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *