ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠର ଯୁବ ସେବାୟତ ତଥା ହନୁମାନଜୀଉଙ୍କ ସମର୍ପିତ ସେବକ ସ୍ୱର୍ଗତ ସମୀରକାନ୍ତ ରାଉଳ (ପପୁନ ନନା)ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ସନ୍ଧ୍ୟାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ସେନାବାହିନୀର ଜେସିଓ ନୃସିଂହ ଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭା ସୁରେଶ କୁମାର ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏଥିରେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଏବଂ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାଉଳଙ୍କ ସ୍ମୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ନାୟକ, ଅନ୍ତର୍ଯ୍ୟାମୀ ପଣ୍ଡା, ଅକ୍ଷୟ କୁମାର ରାଉଳ, ବିଜୟ କୁମାର ରାଉଳ, ହରେକୃଷ୍ଣ ରାଉଳ, ରବୀନ୍ଦ୍ର ରାଉଳ, ଅଭୟ ରାଉଳ, ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା, ହୃଷିକେଶ ନାୟକ, ରଶ୍ମିରଞ୍ଜନ ରାଉଳ ଓ ରାଜକିଶୋର ରାଉଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପରିବାର ପକ୍ଷରୁ ଲିପିକା ରାଉଳ, ସୁଶ୍ରୀ ଶୁଭସ୍ମିତା ରାଉଳ, ଦୀପ୍ତିମୟୀ ରାଉଳ ଏବଂ କପିସ ରାଉଳ (ସିପୁନ) ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ବିକାଶ, ଆଶୁତୋଷ, ଚନ୍ଦନ, ପାପୁନ ଓ ବଣ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
