କଟକ : ସାମସଙ୍ଗ ଗୋଦାମ ଆଗରେ ବାହାର ଗାଡି ଅଟକ, ଓଡ଼ିଶା ଗାଡିକୁ ଭଡା ନ ଦେଲେ ବଡ ଧରଣା ହେବ! ଆଜି ଓଡ଼ିଶାର ଟ୍ରକ୍ ମାଲିକ ମାନଙ୍କ ସ୍ୱାର୍ଥ ପାଇଁ ଇତିହାସ ରଚିଛନ୍ତି ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ ଓ ଶୁଭଦ୍ରା ଟ୍ରକ୍ ମାଲିକ ମହାସଂଘ, All Odisha।ବାହାର ଗାଡି ବନ୍ଦ କର, ଓଡ଼ିଶା ଗାଡିକୁ ଭଡା ଦିଅ – ଦୁଇ ସଂଘର ଚେତାବନୀ
ଆଜି ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ ଏବଂ ଶୁଭଦ୍ରା ଟ୍ରକ୍ ମାଲିକ ମହାସଂଘ (All Odisha) ତରଫରୁ ସାମସଙ୍ଗ ଗୋଦାମ କୁ ଦୃଢ ଭାବରେ ସତର୍କ କରାଯାଇଛି। ଓଡ଼ିଶା ମାଲିକଙ୍କୁ ଭଡା ନ ଦେଇ ବାହାର ରାଜ୍ୟର ଗାଡିକୁ ଭଡା ଦିଆଯାଉଥିବାରୁ, ଉଭୟ ସଂଘ ମିଳିତ ଭାବେ ଆଜି ସାମସଙ୍ଗ ଗୋଦାମ ସମ୍ମୁଖରେ ଥିବା ସମସ୍ତ ବାହାର ଗାଡିକୁ ଅଟକାଇ ଚେତାବନୀ ଦେଇଛନ୍ତି। ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତୁରନ୍ତ ବାହାର ଗାଡି ବନ୍ଦ କରି ଆମ ଓଡ଼ିଶା ଗାଡିକୁ ଭଡା ଦିଆଯାଉ, ନଚେତ୍ ଆସନ୍ତା ଦିନରେ ସାମସଙ୍ଗ ଗୋଦାମ ସମ୍ମୁଖରେ ଉଭୟ ମହାସଂଘ ମିଳିତ ଭାବେ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଦେବେ। ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ ର ସଭାପତି ଶ୍ରୀ ଗଣେଶ ମାହାରୀ, ଉପ-ସଭାପତି ଶ୍ରୀ ଚିନ୍ମୟ ଦେବତା, କୋଷାଧ୍ୟକ୍ଷ ଶ୍ରୀ କାନ୍ତ ଜେନା, ସଦସ୍ୟ ଶ୍ରୀ ନୃସିଂହ ସାହୁ, ଶ୍ରୀ ସୁନିଲ ଦେବତା, ଶ୍ରୀ ଉମେଶ ଚନ୍ଦ୍ର ମହାନ୍ତି, ଶ୍ରୀ ରବୀନ୍ଦ୍ର ଜେନା, ଚଇତା ସାମନ୍ତସିଂହର,ସଅନିଲ ବାବୁ,ଏବଂ ଶୁଭଦ୍ରା ଟ୍ରକ୍ ମାଲିକ ମହାସଂଘ ର ସମ୍ପାଦିକା ପରୱାନା ପାରବିନ୍ ଏବଂ ଜେନେରାଲ ସେକ୍ରେଟାରୀ ଜହର ଅଲ୍ଲୀ ଖାନ୍ ଉପସ୍ଥିତ ଥିଲେ।
