୪୨ ମୌଜାରେ ଖୁଦୁରୁକୁଣୀ ପୂଜା ସମ୍ପନ୍ନ: ସିଢୁଆ ନଦୀରେ ମା’ଙ୍କୁ ମେଲାଣି

ରାଜ୍ୟ
Spread the love

କଟକ  : କଟକ ସଦର ୪୨ ମୌଜା ଅନ୍ତର୍ଗତ ଟାଇଁକଣା ଗ୍ରାମରେ ପାରମ୍ପରିକ ରୀତିମତେ ଖୁଦୁରୁକୁଣୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଗତ ୨୦ ତାରିଖ ରବିବାର ରାତିରେ ଶେଷପାଳି ଉପଲକ୍ଷେ ଗ୍ରାମର କୁମାରୀ କନ୍ୟାମାନେ ଏକତ୍ରିତ ହୋଇ ନିଷ୍ଠାର ସହ ମା’ ଭାଲୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ।

ଆଜି ୨୩ ତାରିଖ ରାତିରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସ୍ଥାନୀୟ ସିଢୁଆ ନଦୀରେ ପ୍ରତିମା ବିସର୍ଜନ କରାଯାଇ ମା’ଙ୍କୁ ଭାବପୂର୍ଣ୍ଣ ମେଲାଣି ଦିଆଯାଇଛି। ମା’ ଖୁଦୁରୁକୁଣୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଶ୍ମିପ୍ରଭା ଭୋଇ, ମମତା ଭୋଇ, କାଦମ୍ବିନୀ ଦାସ, କଣ୍ଢେଇ ଭୋଇ, ଦୀପ୍ତିମୟୀ ଦାସ, ସମ୍ପୂର୍ଣ୍ଣା ଦାସ, ସାଇନା ଦାସ, ପୁନମ ଦାସ, ସୁହାନି ଦାସ, ସ୍ନେହାଶ୍ରୀ ଦାସ, ଲକ୍ଷିତା ଭୋଇ ଓ ଶୁଭଲକ୍ଷ୍ମୀ ଭୋଇ ପ୍ରମୁଖ ଉପସ୍ଥିତ ରହି ପୂଜା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ ସମାଜସେବୀ ଦୀପ୍ତିରଞ୍ଜନ ମହାନ୍ତି ଉପସ୍ଥିତ ସମସ୍ତ ଗ୍ରାମବାସୀ ତଥା ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *